csstore

ଚଳନ୍ତା ଟ୍ରେନରୁ ପଡି ଯୁବତୀ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳନ୍ତା ଟ୍ରେନରୁ ପଡି ଜନୈକା ଯୁବତୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି ।ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଆହତ ଯୁବତୀ ଜଣକ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲ୍ଲାର କାଞ୍ଚନ କୁମାରୀ(୧୬) ବୋଲି ପରିଚୟ ମିଳିଥିବା ବେଳେ ସେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ପୁରୀରୁ ଖୋର୍ଦ୍ଧା ରୋଡ ଅଭିମୁଖେ ସୋମବାର ତପସ୍ୱିନୀ ଏକ୍ସପ୍ରେସ ଟ୍ରେନରେ ଆସୁଥିବା ବେଳେ ଅସାବଧାନତା ବଶତଃ ଡେଲାଙ୍ଗ ରେଳଷ୍ଟେସନରୁ କଣାସରୋଡ ପାସେଞ୍ଜର ହଲ୍ଟ ମଧ୍ୟରେ ଟ୍ରେନରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯୁବତୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏ ସଂକ୍ରାନ୍ତରେ ଖୋର୍ଦ୍ଧାରୋଡ ଜିଆର୍‌ପି ଥାନାଧିକାରୀ ଟି.ସି.ମହାନ୍ତିଙ୍କୁ ଅବଗତ କରାଯାଇଥିବା ବେଳେ ସେ ଡେଲାଙ୍ଗ ମେଡିକାଲରେ ପହଞ୍ଚି ଆହତ ଯୁବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିବା ସହ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.