ସମ୍ବାଦ ସାହିତ୍ୟ ଘର, ରାଉରକେଲାର ୨୦୨୨ -୨୦୨୪ ପାଇଁ କର୍ମକର୍ତ୍ତା ଚୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟଘର, ରାଉରକେଲାର ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋକ ରଂଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ । ସଭାପତି ଶ୍ରୀ ମଲ୍ଲିକ ସାହିତ୍ୟ ଘରର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ଦାସ ବିଗତ ଦିନର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହି ଅବସରରେ ଆଗାମୀ ଅଗଷ୍ଟ ୧୮ ତାରିଖ ଦିନ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୦ତମ ଜୟନ୍ତୀ ପାଳନ ସହ ସ୍ମରଣିକା ଉନ୍ମୋଚନ, ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହ ଅନୁଷ୍ଠାନର ଅର୍ଥ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଅତିଥି ଭାବେ ରାଉରକେଲା ସମ୍ବାଦ ସଂସ୍କରଣର ମୁଖ୍ୟ ଆଶିଷ କୁମାର ଗଡନାୟକ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆବଶ୍ୟକ ସହଯୋଗ ଓ ଐକ୍ୟବଦ୍ଧ ଭାବେ କିପରି କାର୍ଯ୍ୟକ୍ରମକୁ କିପରି ସଫଳ କରିହେବ ସେ ସଂପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜେନ୍ଦ୍ର ଦାଶ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ମିତା ପ୍ରଧାନ, ରାମକୃଷ୍ଣ ତ୍ରିପାଠୀ, ବିଭୁ ନାୟକ, ଡଲିରାଣୀ ବ୍ରହ୍ମା ପ୍ରମୁଖ ସୁଚିନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ଆସନ୍ତା ୨୦୨୨ -୨୦୨୪ ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ଡାକ୍ତର ଗୀତାଞ୍ଜଳି ପତ୍ରୀ, ବ୍ରଜେନ୍ଦ୍ର ଦାଶ, ମିହିର ରାୟ, ଆଶିଷ କୁମାର ଗଡନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସଭାପତି ଆଲୋକ ରଞ୍ଜନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ, ଉପସଭାପତି କୁଞ୍ଜବିହାରୀ ରାଉତ ଓ ଅଜୟ କୁମାର ପୂଜାରୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସମ୍ପାଦକ ସସ୍ମିତା ପ୍ରଧାନ (ସାହିତ୍ୟ ) ଜଗନ୍ନାଥ ରାଉତ (ସଂଗଠନ) ବିଭୁ କିଶୋର ନାୟକ (କାର୍ଯ୍ୟକ୍ରମ), କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ଆଚାର୍ଯ୍ୟ, ସହକୋଷାଧ୍ୟକ୍ଷ ତ୍ରିଲୋଚନ ମହାରଣା ଓ କାର୍ଯ୍ୟକାରୀ ସଦସ୍ୟବୃନ୍ଦ ଭାବେ ଡଲିରାଣୀ ବ୍ରହ୍ମା, ପ୍ରଣତି ବେହେରା, ବିଭୂତି ଭୂଷଣ ଦାସ, ଆଲୋକ ବୋଷ, ହରିହର ସାହୁ, ବିରେନ କୁମାର ଟୁଡୁ, ଲମ୍ବୋଦର ମାହାନ୍ତ, କିଶୋର ଚନ୍ଦ୍ର ଦାଶ, ଅଶୋକ କୁମାର ପଟ୍ଟନାୟକ, ଶୈଳବାଳା ଷଡ଼ଙ୍ଗୀ, ସୌମେନ୍ଦ୍ର କୁମାର ଭୂୟା, ଚିତ୍ତରଞ୍ଜନ ବ୍ରହ୍ମା, ସନ୍ତୋଷ କୁମାର ରଥ, ଅଶୋକ କୁମାର ନାୟକ, ଅଭିମନ୍ୟୁ ବେହେରା ପ୍ରମୁଖ ସର୍ବ ସମ୍ମତି ଭାବେ ଚୟନ ହୋଇଛନ୍ତି । ସେହିପରି ସ୍ମରଣିକା ପାଇଁ ଆବଶ୍ୟକ ଲେଖା ସାଧାରଣ ସଂପାଦକ ଶ୍ରୀ ଦାସ କିମ୍ବା ଉପଦେଷ୍ଟା ଶ୍ରୀ ଦାଶଙ୍କ ନିକଟରେ ଦାଖଲ କରିବାକୁ ହେବ ବୋଲି କୁହାଯାଇଛି । ଶେଷରେ ଉପସଭାପତି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.