oom

ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ ଚୋରି ଅଭିଯୋଗ

jsmm

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆରେ ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଶନିବାର ରାତିରେ ଘଷିପୁରା ଥାନା ସୁଡୁସୁଡିଆର ଜଣେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ଘରୁ ଲୁଟ୍ ହୋଇଛି । ରଞ୍ଜନଙ୍କ ପରିବାର ଲୋକେ ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଝରକା ଗ୍ରୀଲ୍ ଭାଙ୍ଗି ଘରେ ପଶିଥିଲେ ଏବଂ ପାଖ ରୁମ୍‌ର ଆଲମିରାରୁ ୧୫ ଭରି ସୁନା ଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ଏନେଇ ରଞ୍ଜନ କୁମାର ଘଡେଇ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଗତ କିଛି ଦିନ ହେବ ଘଷିପୁରା ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଲୁଟ୍, ରାହାଜାନି ହେଉଥିବା ଯୋଗୁଁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଲୋକମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.