ଗୋରୁ ବୋଝେଇ କଣ୍ଟେନର ଜବତ

ସୋର : ବାଲେଶ୍ଵର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବରଫ କଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ କଲା ସିମୁଳିଆ ପୋଲିସ । ସୂଚନାନୁଯାୟୀ, ଶନିବାର ରାତିରେ ଖବର ପାଇ ସିମୁଳିଆ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ଵର ଜାତୀୟ ରାଜପଥ ସୋର ବରଫକଳ ନିକଟରେ ଜବତ କରିଛି । ଏହି କଣ୍ଟେନରରୁ ୪୦ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ଅନ୍ୟ ୨ କଣ୍ଟେନର ଫେରାର୍ ହୋଇଯାଇଛନ୍ତି । ଏହା ସହ ଗୋରୁ ବୋଝେଇ କଣ୍ଟେନରକୁ ସୁରକ୍ଷା ବଳୟ ଦେଇ ଯାଉଥିବା ୨ଟି ସ୍କର୍ପିଓ ଜବତ ହୋଇଛି । ସ୍କର୍ପିଓରେ ଯାଉଥିବା ୧୧ ଜଣ ଗୋ-ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଏହି ଗୋରୁ ସବୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଖବର ମିଳିଛି ।

Leave A Reply

Your email address will not be published.