କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବରେ ଅମୁଲ୍ୟ ମେହେର ଓ ତାଙ୍କ ଧର୍ମ ପତ୍ନୀ ରେଣୁକା ମେହେର ଓ ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଢଙ୍ଗୀ ପୂଜାର୍ଚ୍ଚନା ସହ ନାମଯଜ୍ଞ କାର୍ଯ୍ୟନିର୍ବାହ କରିଥିଲେ । କଣ୍ଟାପଡାବାସୀ ଓ ପୂଜା କମିଟି ପକ୍ଷରୁ ସୂଚାରୁ ରୂପେ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ଦୀନ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.