jsm

ଆର୍ଯ୍ୟପଲ୍ଲୀ ଗାଁ ଲୋକଙ୍କୁ ଘରପଟ୍ଟା ପ୍ରଦାନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ତରଫରୁ ପ୍ରତିଷ୍ଠାତା ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆର୍ଯ୍ୟପଲ୍ଲୀ ଗ୍ରାମର ୪୨୫ ମତ୍ସ୍ୟଜୀବୀ ଓ ହରିଜନ ପରିବାର ଲୋକେ ଦୀର୍ଘ ୬୦ବର୍ଷ ହେଲା ସେଠାରେ ଘରକରି ରହିଥିଲେ ମଧ୍ୟ ଜାଣିଶୁଣି ଜିଲ୍ଲା ରାଜସ୍ୱ ବିଭାଗ ଘର ପଟ୍ଟାପ୍ରଦାନ କରି ନଥିବା ଏକ ଘୋର ପରିତାପର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ ପାଇଛି । ସେଥିମଧ୍ୟରୁ ପ୍ରାୟ ୨୦ ପରିବାରଙ୍କୁ ଗୋଟିଏ ପ୍ଲଟ ପଟ୍ଟା ଦିଆଯାଇଛି । ନବୀନ ସରକାରଙ୍କ ଘରବାରି ଜାଗା ଅଧିକାର ଆଇନ ଏଠାରେ ଜିଲ୍ଲା ପ୍ରଶାସନ ସଫଳ କରିପାରି ନାହାନ୍ତି, ବୋଲି ସ୍ୱର ଉଠିଛି । ଏହି ପ୍ରତିବାଦ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛତ୍ରପୁର ତହସିଲଦାର କାର୍ଯ୍ୟାଳୟ ବିରୁଦ୍ଧରେ ତୀବ୍ର କଟୁ ସମାଲୋଚନା କରାଯାଇଛି । ଏନେଇ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଣୁ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ପ୍ରତିବାଦରେ ନେତ୍ତୃବର୍ଗ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରି ପ୍ରଶାସନ ସହ ଆଲୋଚନା ହୋଇଥିଲା । ଉକ୍ତ ପ୍ରତିବାଦରେ ସଭାରେ କିଶୋର ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦଳବେହେରା, ଦଣ୍ଡପାଣି ପ୍ରଧାନ, ଗୁରୁଦେବ ବେହେରା, ଗୌରୀ ଶଙ୍କର ମହାନ୍ତି, ଭୀମ ବେହେରା, ଏମ୍. ଜଗମେୟା, ଏମ୍. ନରସିଂହ, ସିମାଞ୍ଚଳ ନାହାକ, ଏଲ. କ୍ରିଷ୍ଣା, ବି. ପାରସେୟା, ଶ୍ରୀମତୀ ଏନ. କାଲେମା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

yuvodaya
Leave A Reply

Your email address will not be published.