Daily Archives

ବୈଶାଖୀ ଆସର ଅନୁଷ୍ଠିତ : ଚୁଆ-ଚନ୍ଦନର ବାସରେ ମହକିଲା ପଥପ୍ରାନ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ, ନୃତ୍ୟ, ଚିତ୍ର ଓ କବିତାର ବର୍ଣ୍ଣିଳ ଆସର "ବୈଶାଖୀ-୨୦୨୩" କାର୍ଯ୍ୟକ୍ରମରେ ବିଭିନ୍ନ ରୂପ ଓ ରଙ୍ଗ ପରଶି ଥିଲେ ଅନେକ ସୃଜକ ।…
Read More...

ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡବିଧାନ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମେରୁ ସଂକ୍ରାନ୍ତିରେ ଶେଷ ଦଣ୍ଡବିଧାନ ପ୍ରଦର୍ଶନ ହୋଇଯାଇଛି । ଯାହାକି ପାଟ-ଭୋକ୍ତାଙ୍କ ମେରୁ ବନ୍ଧନରୁ ଶେଷ ହୋଇଛି । ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଦଣ୍ଡବିଧାନ ଯାତ୍ରା । ମେରୁ ବନ୍ଧନରେ…
Read More...

କିଲଟରୀ ସମ୍ମୁଖ ଓଁକାର ଛକରେ ମଧ୍ୟାହ୍ନରେ ଚଲ୍ହା ପାଣି ଓ ସନ୍ଧ୍ୟାରେ ମିଠା ପଣା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବିଷୁବ ପଣା ସଂକ୍ରାନ୍ତି ଓ ପବିତ୍ର ହନୁମାନ ଜୟନ୍ତୀ ସୁଖଦ ଅବସରରେ ସାରା ବଲାଙ୍ଗିର ସହରରେ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିବା ବେଳେ ସହର ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀ କିଲଟରୀ ସମ୍ମୁଖ…
Read More...

ବିଜେପି ପକ୍ଷରୁ ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଜେପି କର୍ଲାମୁଣ୍ଡା ମଣ୍ଡଳ ତରଫରୁ ରାଜପୁର ପଂଚାୟତ ଅନ୍ତର୍ଗତ ସୁରୁଜୁଲି ଗ୍ରାମରେ ପଣା ସଂକ୍ରାନ୍ତି ଓ ବାବା ସାହେବ ଡ଼ ବି.ଆର ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ, ରାଜପୁର ପଞ୍ଚାୟତର ୬୫ଜଣ…
Read More...

ହନୁମାନ ଜୟନ୍ତୀ ଉପଲକ୍ଷେ ରାଲି

କଳାହାଣ୍ଡି, (ନରୋତ୍ତମ ସେଲମା) : ହନୁମାନ ଜୟନ୍ତୀ ଅବସରରେ ରିଷିଡା ସଲଣ୍ଡିଆମୁଣ୍ଡା ହନୁମାନ ଜୟନ୍ତୀ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏଥିରେ ଭାଗନେଇ ଥିବା ବେଳେ ପିଲାମାନଙ୍କୁ ହନୁମାନ ବେଶରେ ସଜ୍ଜିତ କରାଯାଇଥିଲା ।…
Read More...

ଡ. ବି.ଆର୍. ଆମ୍ବେଦକର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲକ୍ଷେ ଘର ଗଣ୍ଡା ସାମାଜ ପାଇକମାଲ ବ୍ଲକର ନୃସିଂହନାଥଠାରେ ଭାରତର ରତ୍ନ ଆଇନ୍ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ କରାଯାଇଥିଲା ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସଭାପତି, ସମ୍ପାଦକ, କୋଷାଧକ୍ଷ ଓ…
Read More...

ରାମଜୀପଡାର ନାଟକ ୧୧ ଦିନରେ ମଂଚସ୍ଥ ହୋଇସାରିଛି ବାଲି ବଧ, ସୀତା ଠାବ, ଲଙ୍କାପୋଡି ସହ ସେତୁବନ୍ଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥାର ରାମଲୀଳା ନାଟକ ସଦାଶିବଭଣତି ଗୁରୁଶ୍ରୀ ବାଲମୁକୁନ୍ଦଙ୍କ ନିର୍ଦ୍ଦେଶନାରେ ୧୪ ଦିନରେ ମଂଚସ୍ଥ ହୋଇଯାଇଛି । ନବମ, ଦଶମ ଓ ଏକାଦଶ ଦିବସରେ ବାଲିବଧ, ସୁଗ୍ରୀବଙ୍କ ରାଜ ଅଭିଷେକ, ହନୁମାନଙ୍କ ସୀତା ଠାବ, ଲଙ୍କାପୋଡି, ଅଶୋକ…
Read More...

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରରେ ବିଷୁବ ମିଳନ ସହ ଓଡ଼ିଆ ନୂଆବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଏବଂ ପାଠାଗାର ସଂପାଦକ ଡଃ ଗିରିଜା ଶଙ୍କର ଗୋସ୍ବାମୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ…
Read More...

ଶ୍ରମିକ ନେତାଙ୍କ ମାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ଶ୍ରମିକ ନେତା ତଥା ସମାଜସେବୀ ନିରଞ୍ଜନ ସାମଲଙ୍କ ମାତୃ ବିୟୋଗ ହୋଇଯାଇଛି । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ୭ଘଟିକା ସମୟରେ ସେକ୍ଟର -୨୦ ସ୍ଥିତ ଆର୍‌ଏସ୍‌ପି ବାସଗୃହରେ ଶ୍ରୀ ସାମଲଙ୍କ ମାତା ଉଜ୍ଜୟିନୀ ସାମଲ ୯୬ ବର୍ଷ…
Read More...

ଖପ୍ରାଖୋଲର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ତଥା ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜୟନ୍ତୀ ଉତ୍ସବରେ ସାମିଲ ହେବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।…
Read More...