Browsing Tag

kantabanji news

କଣ୍ଟାବାଞ୍ଜିରେ ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଅଘଟଣ : ମୁଣ୍ଡରେ ଲୁହା ଛଡ଼ ପଡ଼ି ଶ୍ରମିକ ମୃତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି ଏକ ଦୁଃଖଦ ଘଟଣା । ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ କାମ କରୁଥିବା ବେଳେ ମୁଣ୍ଡ ଉପରେ ଲୁହା ଛଡ଼ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ମୃତ ଶ୍ରମିକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ…
Read More...

ଦୁଇ ସପ୍ତାହର ଆତଙ୍କର ଅନ୍ତ, ବନ ବିଭାଗ କବ୍‌ଜାରେ ହିଂସ୍ର ଭାଲୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦୀର୍ଘ ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଥିବା ହିଂସ୍ର ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ। ଭାଲୁ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାରୁ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଥିଲା। ବିଶେଷକରି ପାର୍ବଣ…
Read More...

ବେହେରେନସିଲେଟ ଗାଁରେ ଗୋଚର ଜମି ବଞ୍ଚାଅ ଆନ୍ଦୋଳନ

ତହସିଲଦାରଙ୍କୁ ଦାବିପତ୍ର, ମୁଖ୍ୟମନ୍ତ୍ରୀଙ୍କୁ ନକଲ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସିଛି ଗୋଚର ଜମି ଦୁର୍ନୀତିର ବଡ ଖେଳ । କଣ୍ଟାବାଞ୍ଜି ତହସିଲ ଅନ୍ତର୍ଗତ ବେହେରେନସିଲେଟ ଗାଁର ଗରିବ ଚାଷୀଙ୍କ ମୁହଁରୁ ଭାତ ଛଡାଇ ନେବାକୁ ଏବେ…
Read More...

ତୁରେକେଲା ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରାଜୀବଗାନ୍ଧୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରେକେଲା ପରିସରରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Read More...

କଣ୍ଟାବାଞ୍ଜିରେ ୧୮ରୁ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ରୋଗୀ ଓ ସହଯୋଗୀଙ୍କ ରହିବା ଖାଇବା ବ୍ୟବସ୍ଥା କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଜନସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଆଗରେ ରହିଆସିଛି କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚର ବିକାଶ ଶାଖା । ଏହି କ୍ରମରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ଆସନ୍ତା ନଭେମ୍ବର ୧୮,…
Read More...

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ତଥା ସର୍ବ ପୁରାତନ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ସମାରୋହ ବଲାଙ୍ଗିରସ୍ଥିତ ଯାଦବ ଭବନ ସଭାଗୃହରେ ପାଳିତ ହୋଇଥିଲା । ଅନୁଷ୍ଠାନର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡା. ଜ୍ୟୋତିର୍ମୟୀ…
Read More...

କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଭାରେ କାର୍ଯ୍ୟବାହୀ ଅଧ୍ୟକ୍ଷା ସବିତା ମହାପାତ୍ର ସଭାପତିତ୍ୱ କରିଥିଲେ । ସେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା,…
Read More...

କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ : ୭ କେଜି ଗଞ୍ଜେଇ ଓ ୬୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋରଳ ଶବର) : ନିଶା କାରବାର ବିରୋଧରେ ଆକ୍ସନ ମୋଡ୍‌ରେ ଅବକାରୀ ବିଭାଗ । କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅଞ୍ଚଳରେ ଶନିବାର ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ବିଭାଗ । ଏହି ଚଢ଼ାଉରେ ୭ କେଜି ଗଞ୍ଜେଇ ଓ ୬୦ ବୋତଲ କଫ୍…
Read More...

ବାତ୍ୟା ‘ଅର୍ଣ୍ଣବ’ରେ ଫସଲ କ୍ଷତି : କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

କଣ୍ଟାବାଞ୍ଜି, (ଯୁଗଳ କିଶୋରଳ ଶବର) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ପ୍ରବଳ ବର୍ଷା ଓ ପବନ ଯୋଗୁଁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । କେଉଁଠି ଧାନ ଫସଲ ଜମିରେ ଶୋଇପଡ଼ିଛି ତ ଆଉ କେଉଁଠି ଚାଷଜମି ଜଳମଗ୍ନ ହୋଇ…
Read More...

କଣ୍ଟାବାଞ୍ଜିରେ ବେରୀୱାଲୀ ମାତାଙ୍କ ମଙ୍ଗଳ ପାଠ, ଭକ୍ତିମୟ ହେଲା ସହର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିରେ ମା’ଙ୍କ ଭକ୍ତି ଓ ଜୟକାରରେ ଗୁଞ୍ଜରିତ ହେଲା ସାରା ସହର । ବେରୀୱାଲୀ ମାତାଙ୍କ ଭବ୍ୟ ମଙ୍ଗଳ ପାଠକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଧ୍ୱଜ ଶୋଭାଯାତ୍ରାରୁ ଆରମ୍ଭ ହୋଇଛି ଏହି ଭବ୍ୟ ଧାର୍ମିକ ଆୟୋଜନ । ସ୍ଥାନୀୟ…
Read More...