pakka

ମାନବ ସମାଜରେ ନାରୀଙ୍କ ମର୍ଯ୍ୟାଦା ବଳବତ୍ତର ରହୁ

bbehera
  • ସୁଶ୍ରୀ ସ୍ନେହଲତା

ଆଜି ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସରେ ମାନବ ସମାଜ ସଂକଳ୍ପବଦ୍ଧ ହେବା ଉଚିତ ଯେ, ନାରୀଙ୍କ ମର୍ଯ୍ୟାଦା ସମାଜରେ ସମସ୍ତ କ୍ଷେତ୍ରରେ ବଳବତ୍ତର ରହୁ । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁଦିନ ଜଣେ ମହିଳା ନିଛାଟିଆ ରାସ୍ତାରେ ଏକାକୀ ନିର୍ଭୟରେ ଚାଲି ପାରିବ, ସେଦିନ ଭାରତ ବାସ୍ତବରେ ସ୍ୱାଧୀନତା ପାଇବ । ବାପୁଜୀଙ୍କ ସ୍ୱପ୍ନ ତଥାପି ଆମ ସମାଜରେ ଅପୂରଣୀୟ ହୋଇ ରହିଛି । ଏବେ ବି ଜଣେ ମହିଳା ନିଛାଟିଆ ରାସ୍ତାରେ ଏକାକୀ ନିର୍ଭୟରେ ଚାଲି ପାରୁନାହିଁ, ଏହାକୁ ବୋଧହୁଏ ମୋ’ ସହ ସମସ୍ତ ମହିଳା ସମାଜ ଗ୍ରହଣ କରିବେ । ଏଥିପାଇଁ ସମାଜରେ ଏକ ବିରାଟ ସଂସ୍କାରର ଆବଶ୍ୟକତା ରହିଛି । ଏ ଦିଗରେ ମହିଳାମାନେ ସଂଘବଦ୍ଧ ହୋଇ ଲଢେ଼ଇ କରିବା ଆବଶ୍ୟକ ।

ଏହା ସତ ଯେ, ଆଜି ମହିଳାମାନେ ନିଜ ଜୀବନକୁ ନିଜ ଢଙ୍ଗରେ ଜିଇଁବା ପାଇଁ ଅନେକ ନିୟମ ପ୍ରଣୟନ ହୋଇଛି । କିଛିକାଂଶରେ ମହିଳା ସଶକ୍ତିକରଣ ସଫଳ ମଧ୍ୟ ହୋଇଛି । କିନ୍ତୁ ତଥାପି ମତେ ଲାଗେ, ଆଜି ବି ମହିଳାମାନେ ସଂପୂର୍ଣ୍ଣ ସ୍ୱାଧୀନତା ପାଇ ପାରିନାହାନ୍ତି । ଲିଙ୍ଗଗତ ବିଦ୍ୱେଶ ଏବେ ବି ସମାଜରେ କେଉଁଠି ନା କେଉଁଠି ତା’ର କାୟା ମେଲାଇ ବସିଛି । ଆଜି ବି ନିର୍ଯାତନାରେ ଜର୍ଜରିତ ମହିଳା । କେଉଁଠି ନାବାଳିକା ଧର୍ଷଣ ତ’ କେଉଁଠି ନିରୀହ ନାବାଳିକା ମିଛ ପ୍ରତିଶ୍ରୁତିର ଶିକାର ହୋଇ ଅନ୍ତଃସତ୍ୱା । ଆଉ କେଉଁଠି ପର୍ଦ୍ଦା ଆଢ଼ୁଆଳରେ ଗୁମୁରି ଗୁମୁରି କାନ୍ଦୁଛି ମହିଳାଟିଏ ।

ତେବେ ଆଜି ସମୟ ଆସିଛି, ସମାଜର ଏଭଳି ପରିସ୍ଥିତି ପାଇଁ ନାରୀ ହିଁ ସଂଘବଦ୍ଧ ହୋଇ ନିଜ ସ୍ୱାଧୀନତା ପାଇଁ ଲଢେ଼ଇ କରିବ । ନିଜର୍‌ ହକ୍‌ ପାଇଁ ନିଜେ ହିଁ ମଇଦାନ୍‌ ପ୍ରସ୍ତୁତ କରିବ । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାନବ ସମାଜରେ ନାରୀଙ୍କ ମର୍ଯ୍ୟାଦା ବଳବତ୍ତର ରହୁ, ଏତିକି କାମନା ।

Leave A Reply

Your email address will not be published.

15 − nine =