pakka

କବିତା : ମୁଁ ଯେ ନିର୍ଝର କିଛି ଅଶ୍ରୁର

bbehera
  • ଦୁର୍ଗା ପଣ୍ଡା

ମୁଁ ଯେ ନିର୍ଝର କିଛି ଅଶ୍ରୁର
କେଉଁ ପ୍ରଣୟ ପିଆସୀ ହୃଦୟର
ଆଜି ପରାଜିତ ଏକ ନାୟକ ମୁଁ
କେଉଁ ପରକୀୟା ପ୍ରୀତି କାହାଣୀର ।

ପ୍ରୀତି ହେଲା ପରେ ପ୍ରତାରଣା
ନିଜେ ବରି ନେଲି ସିନା ପରାଜୟ
ଆଜି କ୍ଲାନ୍ତ ଅବଶ ମନ ନେଇ
ଖାଲି ବଂଚିବା ହେଲା ଅଭିନୟ
ମୁଁ ଯେ ଅଶ୍ରୁଳ ଏକ ଶିଳାଲିପି
କେଉଁ ଜୀର୍ଣ୍ଣ, ଆହତ କୋଣାର୍କର ।

ତନ୍ଦ୍ରାହରା ମୋ ଆଖି ଦୁଇ
ଖୋଜେ ବିଭାବରୀ ତୁମ ପଥ ଚାହିଁ
ମୋର ପାଂଶୁଳ ମନ ଚଉହଦୀ
ଯେବେ ଆଶାବରୀ ଗାଏ ସାହାନାଇ
ମୁଁ ଯେ ତୃଷ୍ଣାର ଏକ ଅଭିଲିପି
କେଉଁ ମଝି ଦରିଆର ବତୀଘର । ।

Leave A Reply

Your email address will not be published.

eleven + thirteen =