କଙ୍ଗନା ବିବାଦ ଭିତରେ ଉଦ୍ଧବ ଠାକ୍‌ରେଙ୍କ ପ୍ରେସ୍‌ କନ୍‌ଫରେନ୍ସ୍‌ : ମହାରାଷ୍ଟ୍ରକୁ ବଦ୍‌ନାମ୍‌ କରିବାର ପ୍ରୟାସ କରାଯାଉଛି

ମୁମ୍ବାଇ : କଙ୍ଗନା ବିବାଦ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ନଜର୍‌ କରୋନା ଉପରେ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ଏହା ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ରକୁ ବଦ୍‌ନାମ୍‌ କରିବାର ପ୍ରୟାସ କରାଯାଉଛି । ଉଚିତ୍‌ ସମୟ ଆସିଲେ ମୁଁ ଏ ସଂପର୍କରେ ବୟାନ ଦେବି । ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଅନ୍ୟମାନେ ବୁଝିବା ଉଚିତ ନୁହେଁ ।
କରୋନାର ଜଟିଳ ସ୍ଥିତି ସଂପର୍କରେ କହିବାକୁ ଯାଇ ସେ ପ୍ରକାଶ କରିଛନ୍ତି ଯେ, ୧୫ ସେପ୍ଟମ୍ବରରେ ଆମେ ଏକ ହେଲ୍‌ଥ ଚେକ୍‌ଅପ୍‌ ମିଶନ୍‌ ଲଂଚ୍‌ କରିବାକୁ ଯାଉଛୁ । ଏହି ମିଶନ୍‌ରେ ମେଡ଼ିକାଲ୍‌ ଟିମ୍‌ ଘର ଘର ଯାଇ ସ୍ୱାସ୍ଥ୍ୟ ସୂଚନା ସଂଗ୍ରହ କରିବେ ।

Leave A Reply

Your email address will not be published.