pakka

ମମତା ବାନାର୍ଜୀଙ୍କ ମାଷ୍ଟର ଷ୍ଟ୍ରୋକ୍ : ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ

bbehera

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଶାସକ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରି ରାଜ୍ୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ରାଜନୈତିକ ସର୍କଲରେ ତାଙ୍କ ନିଷ୍ପତ୍ତି ଏକ ମାଷ୍ଟରଷ୍ଟ୍ରୋକ ଭାବରେ ବିବେଚନା କରାଯାଉଛି । କିନ୍ତୁ ସେ କେବଳ ଶୁଭେନ୍ଦୁ ଅଧିକାରୀଙ୍କ ସହାୟତାରେ ଏହି ଅଂଚଳକୁ ଦଖଲ କରିବା ପାଇଁ ତଥା ବିଜେପିର ରଣନୀତି କାଟିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି କି ବୋଲି ଆଲୋଚନା ଜୋର୍‌ ଧରିଛି ।

ଦୀର୍ଘ ଦିନର ରାଜନୈତିକ କ୍ୟାରିୟରରେ ଆଶ୍ଚର୍ୟ୍ୟଜନକ ନିଷ୍ପତ୍ତି ପାଇଁ ମମତା ପ୍ରସିଦ୍ଧ । କିନ୍ତୁ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ପଛରେ ଅନେକ କାରଣ ରହିଥିôା କୁହାଯାଉଛି ।

ନନ୍ଦିଗ୍ରାମ କେବଳ ଏକ ଗାଁ ନୁହେଁ, ବଙ୍ଗଳାର ରାଜନୀତିରେ ପରିବର୍ତ୍ତନର ପ୍ରତୀକ । ୨୦୦୭ ମସିହାରେ ଜମି ଅଧିଗ୍ରହଣ ବିରୁଦ୍ଧରେ ଆନ୍ଦୋଳନ ତଥା ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ହେତୁ ଏହା ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷକ ସୃଷ୍ଟି କରିଥିଲା ।

Leave A Reply

Your email address will not be published.

four × 5 =