pakka

ନିର୍ବାଚନ ମଇଦାନ : ଆସାମରେ ଅମିତ ଶାହାଙ୍କ ତିନୋଟି ରାଲି, ତାମିଲନାଡୁ ଏବଂ କେରଳରେ ଯୋଗୀ ଗର୍ଜିବେ

bbehera

ନୂଆଦି‌ଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଗୁରୁବାର ଦିନ ଧାର୍ୟ୍ୟ କରାଯାଇଛି । ପଶ୍ଚିମବଙ୍ଗର ୩୦ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଆସାମରେ ୩୯ ଟି ସିଟ୍ ପାଇଁ ଭୋଟ୍ ଦିଆଯିବ । ଏହାପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାର ମଙ୍ଗଳବାର ଶେଷ ହୋଇଥିଲା । ସୂଚନା ଅନୁସାରେ ଆସାମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତୃତୀୟ ପର୍ୟ୍ୟାୟରେ ତିନୋଟି ରାଲି କରିବେ । ଏଥି ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏଠାରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପୂର୍ବରୁ ରାହୁଲ କାମାଖିଆ ମନ୍ଦିରରେ ପୂଜା କରିବେ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାମିଲନାଡୁ ଏବଂ କେରଳରେ ପହଞ୍ଚି ପ୍ରଚାର କରିବେ । ଉଭୟ ରାଜ୍ୟରେ ଏପ୍ରିଲ ୬ ରେ ମତଦାନ ଧାର୍ୟ୍ୟ କରାଯାଇଛି ।

Leave A Reply

Your email address will not be published.

5 × two =