oom

ନୀତିଶଙ୍କ ଉପରେ ଲାଲୁଙ୍କ ବକ୍ରୋକ୍ତି : ‘ଭର୍ଚୁଏଲ୍‌ ଫର୍ଚୁଏଲ୍‌ ନେହିଁ, ଏକ୍‌ଚ୍ୟୁଏଲ୍‌ ମେଁ ବତାଓ’

jsmm

ପାଟଣା : ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁନାଇଟେଡ଼)ର ଅଧ୍ୟକ୍ଷ ନୀତିଶ କୁମାରଙ୍କ ଆଜି ଭର୍ଚୁଏଲ ର‍୍ୟାଲିରେ ସଂବୋଧନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ଉପରେ ବକ୍ରୋକ୍ତି କରିବାକୁ ଯାଇ କହିଛନ୍ତି ‘ଭର୍ଚୁଏଲ୍‌ ଫର୍ଚୁଏଲ୍‌ ନେହିଁ ଏକ୍‌ଚ୍ୟୁଏଲ୍‌ ମେଁ ବତାଓ’ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉକ୍ତ ଭର୍ଚୁଆଲ୍‌ ର‍୍ୟାଲି ମାଧ୍ୟମରେ ନିର୍ବାଚନୀ ଶୁଭଶଙ୍ଖ ବାଦନ କରିବେ । ଏହିକ୍ରମରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡ଼ି) ଭୁର୍ଚୁଆଲ୍‌ ର‍୍ୟାଲିକୁ ନେଇ ଜେଡ଼ିୟୁ ଉପରେ ଆକ୍ରମଣ କରିଛି ଏବଂ ଏକ୍‌ଚ୍ୟୁଏଲ୍‌ କାମ ଦେଖାଇବାର ଦାବୀ ରଖିଛି । ଆର୍‌ଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ଟ୍ୱିଟ୍‌ କରି କହିଛନ୍ତି ଯେ, ୧୫ ବର୍ଷରେ କଣ କଣ କାମ କରିଛ, ତାହା ଏକ୍‌ଚ୍ୟୁଏଲିରେ କୁହ । ଏହି ଟ୍ୟୁଟ୍‌ ଜରିଆରେ ଲାଲୁ ଏକ କାର୍ଟୁନ୍‌ ମଧ୍ୟ ସେଆର୍‌ କରିଥିବା ଦେଖିବାକୁ ମିଳିଛି, ଯେଉଁ କାର୍ଟୁନ୍‌ରେ ନୀତିଶ କୁମାର ନିର୍ବାଚନୀ ଚୂର୍ଣ୍ଣ ବାଂଟୁଥିବା ଦୃଶ୍ୟ ଦେଖାଯାଇଛି ।

jittmm
Leave A Reply

Your email address will not be published.