ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପଶ୍ଵିମ ଓଡିଶା ଯୁବା ମଞ୍ଚ(ଡବ୍ଲୁଓୱାଇଏମ୍‌) ଦ୍ବାରା ପବିତ୍ର ନୂଆଁଖାଇ ଭେଟ୍‌ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉତ୍‌ଥାନର ଆୟୋଜନ ବଲାଙ୍ଗିରର ହୋଟେଲ ସ୍ବୟମ୍ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡବ୍ଲୁଓୱାଇଏମ୍‌ ତରଫରୁ ନିଷ୍ଠା ପରିବାରକୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଅବସରରେ ନିଷ୍ଠାର ଉପଦେଷ୍ଟା ମଦନ ମୋହନ ଦାଶ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଦସ୍ୟ ପ୍ରଦୀପ ଛତର, କୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମାନ ସମାଜ ସେବା କ୍ଷେତ୍ରରେ କାମ କରିବାକୁ ଆମକୁ ନିଶ୍ଚିତ ଭାବରେ ଆହୁରି ପ୍ରେରଣା ଦେବ ବୋଲି ନିଷ୍ଠା ତରଫରୁ କୁହାଯାଇଥିଲା । ପଶ୍ଚିମ ଓଡିଶା ଯୁବା ମଞ୍ଚର ସମସ୍ତ କର୍ମକର୍ତ୍ତାଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.

5 × two =

error: Content is protected !!