pakka

ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ : ୧୦୨ ୦୦୦ ବର୍ଗ ମିଟରରୁ ୩୯. ୬ କେ.ଜି. ବର୍ଜ୍ୟବସ୍ତୁ ସଂଗୃହୀତ

bbehera

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବାହ୍ନରେ ପୁରୀ ବେଳାଭୂମିରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ ଏବଂ ଚେନ୍ନାଇସ୍ଥିତ ଜାତୀୟ ସାଗର ତଟ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ କରାଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଏହାର ସଂଯୋଜକ ତଥା ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ. ସଞ୍ଜୟ କୁମାର ସୁନ୍ଦରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଶତାଧିକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍.ସି.ସି), ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ସହିତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ତଥା କିଛି ସ୍ୱେଛାସେବୀ ସଂଗଠନ, ସ୍ଥାନୀୟ ଜନତା, ସ୍ଥାନୀୟ ବ୍ୟବସାୟୀ ଓ ପର୍ଯ୍ୟଟକ ଭାଗ ନେଇଥିଲେ । ଏଥିସହିତ ବେଳାଭୂମିର ସ୍ୱଚ୍ଛତାର ସୁରକ୍ଷା ପାଇଁ ଏକ ପଦଯାତ୍ରା କରାଯାଇ ସ୍ଥାନୀୟ ଜନତା ତଥା ପର୍ଯ୍ୟଟକଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସୁଜାତା ମିଶ୍ର ସଭାପତିତ୍ଵ କରିଥିଲେ । ଭାରତ ସରକାରଙ୍କ ଭୁ-ବିଜ୍ଞାନ ମନ୍ତ୍ରାଳୟ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପୁରୀ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. ଦେବୀ ପ୍ରସାଦ ମହାପାତ୍ର, ପୁରୀ ମୁନିସିପାଲିଟି ପୂର୍ବତନ ନିର୍ବାହୀ ଅଧିକାରୀପ ବୁନ୍ଦାବନ ପତି ଓ ସହରଅଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ସବୁଜ ପତାକା ଦେଖାଇ ସଫେଇ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ବିଭିନ୍ନ ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ ଓ ପଲିଥିନ୍ ଦ୍ଵାରା ସମୁଦ୍ର ଜଳ ଓ ସାମୁଦ୍ରିକ ଜୀବ ଦୂଷିତ ହେବା ସହ ଏହା ମାନବ ସମାଜ ପାଇଁ ସଂକଟର କାରଣ ସାଜିଥିବା ନେଇ ଅଧ୍ୟକ୍ଷା ଡା ମିଶ୍ର ଆଲୋକପାତ କରିଥିଲେ । ଏହି କାର୍ୟ୍ୟକ୍ରମର ସଂଯୋଜକ ଲେଫ୍ଟନାଣ୍ଟ ଡ଼ଃ ସୁନ୍ଦରାୟ କାର୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରତିବର୍ଷ ଏହି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ ଭାରତ ସରକାରଙ୍କ ଭୁ ବିଜ୍ଞାନ ମନ୍ତ୍ରାଳୟ ପୃଷ୍ଠପୋଷକତାରେ ଚେନ୍ନାଇରେ ଥିବା ଜାତୀୟ ଉପକୂଳ ଗବେଷଣା କେନ୍ଦ୍ରର ତତ୍ୱବଧାନରେ ସାରା ଭାରତରେ ପାଳନ କରାଯାଏ । ଅନ୍ତର୍ଜାତୀୟ ସ୍ତରରେ ଭାରତର ସାମୁଦ୍ରିକ ପ୍ରଦୂଷଣକୁ ଆକ୍ଷେପ କରାଯାଉ ଥିବାର ଅଭିଯୋଗର ପ୍ରତିକାର ମୂଳକ ବ୍ୟବସ୍ଥା ରୂପେ ଦେଶର ପଶ୍ଚିମ, ଦକ୍ଷିଣ ଓ ପୂର୍ବ ପଟେ ଥିବା ବିସ୍ତୀର୍ଣ୍ଣ ବେଳାଭୂମିର ୩୫ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ନେଇଛନ୍ତି । ପ୍ରଥମ ଥର ପାଇଁ ଜାତୀୟ ଉପକୂଳ ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞନିକ ଡ଼ଃ. ପ୍ରଭାକର ମିଶ୍ରଙ୍କ ପ୍ରଚେଷ୍ଟାରେ ପୁରୀ ବେଳାଭୂମିକୁ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ବେଳାଭୂମିରେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ଏହା ସାମୁଦ୍ରିକ ଜଳ ଓ ଜୀବଜନ୍ତୁଙ୍କ ପ୍ରତି ବିପଦ ସୁଷ୍ଟି କରିଥାଏ । ଏବେ ଠାରୁ ହିଁ ଏହା ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅତିଥି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ପ୍ଲାଷ୍ଟିକ, ଥର୍ମୋକୂଲ ଆଦି ସାମଗ୍ରୀ ବେଳାଭୂମିରୁ ଭାସି ସମୁଦ୍ର ଜଳରେ ମିଶି ଏହା ମାଇକ୍ରୋ ପ୍ଲାଷ୍ଟିକରେ ପରିଣତ ହୋଇଥାଏ । ଏହା ମାଛଙ୍କ ସମେତ ଅନ୍ୟ ଜଳଚର ଜୀବଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ଏହି ମାଛ ମଣିଷ ଖାଇବା ଦ୍ୱାରା ମଣିଷ ଶରୀରରେ ରୋଗ ସୃଷ୍ଟି କରିଥାଏ ବୋଲି ଅତିଥି ଡ଼ଃ ମହାପାତ୍ର ପ୍ରକାଶ କରିବା ସହ ବେଳାଭୂମି ପ୍ରଦୂଷଣ ରୋକିବା ପାଇଁ ଏହିପରି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ପୁରୀ ଏକ ଧାର୍ମିକ ତଥା ପର୍ୟ୍ୟଟନ କ୍ଷେତ୍ର । ଏଠାକୁ ପ୍ରତ୍ୟେକ ଦିନ ଦେଶରୁ ତଥା ଦେଶ ବାହାରୁ ଅନେକ ପର୍ୟ୍ୟଟକ ଆସିଥାନ୍ତି । ବେଳାଭୂମିର ସ୍ୱଚ୍ଛତା ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କ ସହ ପର୍ୟ୍ୟଟକଙ୍କୁ ସଚେତନତାର ବାର୍ତ୍ତା ପହଁଚେଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ ।ସ ଫେଇ ବେଳେ ବେଳାଭୂମିର ୧୦୨ ୦୦୦ ବର୍ଗ ମିଟର ଅଞ୍ଚଳରୁ ୩୧ ଗୋଟି କିଶମର ୩୯. ୬ କେଜି ବର୍ଜ୍ୟ ବସ୍ତୁ ସଂଗୃହୀତ ହୋଇଥିଲା । ଏଥି ମଧ୍ୟରୁ ୧୦.୫ କେଜି ପ୍ଲାଷ୍ଟିକ ବୋଇଥିବା ବେଳେ କାଚ ୪.୭ କେଜି ଫୋମ ୦.୧୩ କେଜି ଧାତବ ପଦାର୍ଥ ୦.୫୭ କେଜି, କାଗଜ ୧.୬ କେଜି , କପଡା ୦.୯୮ କେଜି, କାଠ ଜାତୀୟ ୧୫.୯ କେଜି ଓ ରବର ୫.୧୪ କେଜି ସଂଗୃହୀତ ହୋଇଥିଲା । ସମୁଦ୍ର କୂଳରୁ ସଂଗୃହିତ ବର୍ଜ୍ୟବସ୍ତୁକୁ ବିଭିନ ବର୍ଗରେ ବିଭକ୍ତି କରି ସେଗୁଡିକ ଓଜନ ମାପ କରି ଏକ ସାରଣୀ ପ୍ରସ୍ତୁତ କରାଯାଇ ଏକ ରିପୋର୍ଟ ଭାରତ ସରକାରଙ୍କ ଅବଗତି ନିମନ୍ତେ ପ୍ରେରିତ କରାଯାଇଛି । ଶେଷରେ ସଂଗୃହିତ ବର୍ଜ୍ୟବସ୍ତୁ ପୁରୀ ମୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା । ପ୍ରତିବର୍ଷ ନିୟମିତ ବ୍ୟବଧାନରେ ଏହି କାର୍ୟ୍ୟକ୍ରମ କରାଯାଇ ସରକାରଙ୍କର ଏହି ଯୋଜନାକୁ କାର୍ୟ୍ୟକ୍ଷମ କରିବା ନିମନ୍ତେ ଉଦ୍ୟମ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଛାତ୍ର ଛାତ୍ରୀ ତଥା ଭାଗ ନେଇଥିବା ଅନ୍ୟ ସଦସ୍ୟଙ୍କ ମନବଳ ବୃଦ୍ଧି କରିବା ସହ ଜାତୀୟ ସ୍ତରରେ ଏହି ଭଳି କାର୍ୟ୍ୟକ୍ରମ ଗୁଡିକୁ ହାତକୁ ନେଇ ନିଜ ଅନୁଷ୍ଠାନ ତଥା ରାଜ୍ୟର ସମ୍ନାନ ଓ ଗୌରବ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।

jay balangir
Leave A Reply

Your email address will not be published.

fourteen − 1 =