pakka

ବଲାଙ୍ଗିର ଜିଲ୍ଲାରେ ସମାପ୍ତ ହେଲା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ : ୭୧.୮୩ ପ୍ରତିଶତ ଭୋଟ ପଡ଼ିଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମାପ୍ତ ହୋଇଛି ବଲାଙ୍ଗିର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୭୧.୮୩ ପ୍ରତିଶତ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୁରିବାହାଲ, ତୁରେକେଲା ଏବଂ ବଙ୍ଗୋମୁଣ୍ଡା ବ୍ଲକ୍‌ରେ ମତ ଗ୍ରହଣ ହୋଇଥିବା ବେଳେ ମୁରିବାହାଲ ବ୍ଲକ୍‌ରେ ୭୨.୧୨, ତୁରେକେଲା ବ୍ଲକ୍‌ରେ ୭୦.୧୫ ଏବଂ ବଙ୍ଗୋମୁଣ୍ଡା ବ୍ଳକ୍‌ରେ ୭୩.୨୩ ପ୍ରତିଶତ ମତଦାନ ହୋଇଛି । ସେହିପରି ମୁରିବାହାଲ ବ୍ଲକ୍‌ରେ ୭ ଜଣ ଟ୍ରାନ୍ସଜେଣ୍ଟରଙ୍କୁ ମିଶାଇ ସମୁଦାୟ ୯୫ ହଜାର ୧୨୪ ଜଣ ଭୋଟର୍‌ ରହିଥିବା ବେଳେ ୬୮ ହଜାର ୬୦୭ ଜଣ ଭୋଟ୍‌ ଦେଇଛନ୍ତି । ତୁରେକେଲା ବ୍ଲକ୍‌ରେ ୧୦ ଜଣ ଟ୍ରାନ୍ସଜେଣ୍ଟରଙ୍କୁ ମିଶାଇ ୭୧ ହଜାର ୯୬୧ ଜଣ ମତଦାତା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ହଜାର ୪୮୧ ଜଣ ଭୋଟ୍‌ ଦେଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ରେ ୯୭ ହଜାର ୫୮୯ ଜଣ ଭୋଟର୍‌ଙ୍କ ସଂଖ୍ୟା ରହିଛି । ସେମାନଙ୍କ ମଧ୍ୟରୁ ୭୧ ହଜାର ୪୬୧ ଜଣ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ତିନୋଟି ବ୍ଲକ୍‌ରେ ସମୁଦାୟ ୨ ଲକ୍ଷ ୬୪ ହଜାର ୬୭୪ ଜଣ ଭୋଟର୍‌ ରହିଥିବା ବେଳେ ୧ ଲକ୍ଷ ୯୦ ହଜାର ୫୪୯ ଜଣ ଭୋଟ୍‌ ଦେଇଛନ୍ତି ।

jay balangir
Leave A Reply

Your email address will not be published.

eleven − 2 =

error: Content is protected !!