pakka

ଘର ହିଁ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆଜି ଶିଶୁ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ସଭାପତି ଦ୍ବାଦଶ କୁମାର ପ୍ରଧାନ ଦୀପ ପ୍ରଜ୍ଜଳନ କରି ଶିଶୁ ଶିକ୍ଷାରେ ପିତାମାତାଙ୍କ ଭୂମିକା ବିଷୟରେ ବିଶଦ୍ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ, ଅତିଥି ‌ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ଗୁରୁମା ସଂଯୋଜନା କରିଥିବା ବେଳେ ପ୍ରାୟଗିକ କାଳାଶରେ ନିତୁ ସାହୁ ଓ ଶରତ ମେହେର ଗୁରୁଜୀ ଭାଗ ନେଇଥିଲେ । ଶେଷରେ ସଂପାଦକ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୮୦ ଜଣ ଅଭିଭାବକ, ଅଭିଭାବିକା ଯୋଗ ଦେଇଥିଲେ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

twelve + 7 =

error: Content is protected !!