jsm

ଭିଲେଜର୍‌ସ୍‌ ଇଣ୍ଡିଆ ପାର୍ଟି ପକ୍ଷରୁ ସଇଁନ୍ତଲା ବ୍ଳକ ଆଗରେ ଧାରଣା

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ଗତକାଲି ଭିଲେଜର୍‌ସ୍‌ ଇଣ୍ଡିଆ ପାର୍ଟି ପକ୍ଷରୁ ଭିଆଇପି ଅଧ୍ୟକ୍ଷ ବିପିନ କୁସୁଲିଆଙ୍କ ଅଧ୍ୟକ୍ଷତାରେ ବ୍ଳକ ଆଗରେ ଧାରଣା ଦେଇଥିଲେ । ସୂଚନା ମତେ, ସବୁଜ ପରିବାର ଏବଂ ବସୁନ୍ଧରା ଭୂମିହୀନଙ୍କୁ ପଟା ଦିଆଯାଉ, ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଗରିବ ଲୋକମାନଙ୍କୁ ମନରେଗା ଯୋଜନାରେ ସାମିଲ କରାଯାଉ ଏବଂ ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ବୋଲି ବିଡିଓ ଚନ୍ଦ୍ର ମଣି ନାଗଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଭିଆଇପିର ମହାସଚିବ କୁମାରୀ ଭୋଇ, କୁମୁଦିନି ରଣା, ମନ୍ଦାକିନି ରଣା, ମେର ଦଳପତି, ମାନସୀ ଚନ୍ଦନ, କିଶୋର ରଣା, ପରମାନନ୍ଦ ରଣା, ବିଶ୍ଵାମିତ୍ର ନାଗ, ସୁବାସିନୀ ଭୋଇ, ଗୋମତି ଭୁଏ, ବନିତା ଯାନୀ ପ୍ରମୁଖ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.