pakka

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଚାନ୍ଦିପୁର ଆଇଆଇସି, ଏଏସଆଇ

bbehera

ବାଲେଶ୍ୱର, : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନାର ଦୁଇ ଜଣ ଅଧିକାରୀ । ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ, ଏଏସ୍‌ଆଇ ବଳି ମହାନ୍ତି ।

ସୂଚନା ମୁତାବକ ଏକ ମାମଲା ବିଷୟରେ ରଫାଦଫା କରିବା ପାଇଁ ସେମାନେ ଜନୈକ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ବ୍ୟକ୍ତିଜଣକ ଏନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପି ନରହରି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତିଜଣକ ଆଇଆଇସି ଶ୍ରୀ ପ୍ରଧାନ, ଶ୍ରୀ ମହାନ୍ତିଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ ସେମାନଙ୍କୁ ଗିରଫ କରିଥିଲା । ଏନେଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଏସପି ଶ୍ରୀ ବେହେରା କହିଛନ୍ତି ।

jay balangir
Leave A Reply

Your email address will not be published.

one × two =