ସାଲେଭଟା ଜେଏନ୍‌ଏମ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଜେଏନ୍‌ଏମ୍‌ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେଭଟା ଉତ୍କଳମଣି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପୁରନ୍ଦର ଦାସ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରିକିତାରାଣି ପଟ୍ଟନାୟକ ଉପସ୍ଥିତ ଥିବାବେଳେ ପବ୍ଲିକ ସ୍କୁଲର ପ୍ରିନସିପାଲ ଦେବକୀ ମହାନନ୍ଦ, ଏମ୍‌ଡି ନିକିତାଶା ମେହେର, ନିର୍ଦ୍ଦେଶକ ସନ୍ଦୀପ ମେହେର ପ୍ରମୁଖ ମଂଚାସୀନ ଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପୁଷ୍ପକ କୁମାର ମେହେର, ବୁଦ୍ଧଦେବ ସାହୁ, ସୁକାନ୍ତ ଦାସ ଯୋଗଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଭୁ ଗଣେଶ ଓ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ୱଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତାପରେ ଅତିଥିମାନଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରି ମଂଚାସୀନ କରାଯାଇ ଥିଲା । ସଭାକାର୍ଯ୍ୟ ସମାପ୍ତ ପରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସଭା ସାଂଗ ହୋଇଥିଲା ।

Leave A Reply

Your email address will not be published.

19 + five =