pakka

ଦେଓଗାଁ କଛାର୍‌ପାଲି ଛକ ପାଖରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ କଛାର୍‌ପାଲି ଛକ ସ୍କୁଲ୍‌ ପାଖରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଦୁଇ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରଂଜିତ ପାଲ୍‌(୨୫) ଦେଓଗାଁ ବସ୍‌ଷ୍ଟାଣ୍ଡରୁ କଛାର୍‌ପାଲି ଆଡ଼କୁ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ ଯାଉଥିବା ବେଳେ ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା କଛାର୍‌ପାଲି ନିବାସୀ ରିତେଶ ଭଣ୍ଡା(୧୮)ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ ବାଇକ୍‌ ଚାଳକ ଗୁରୁତର ହୋଇପଡ଼ିଥିବା ବେଳେ ରଂଜିତ୍‌ଙ୍କ ସହ ବାଇକ୍‌ରେ ବସିଥିବା ମହିଳା ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

eighteen + seventeen =