ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ବାର୍ଷିକ ମୁଖପତ୍ର ଚତୁର୍ବିଂଶ ସଂସ୍କରଣ “ଅଘରିଆ ଜ୍ୟୋତି” ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଭାଲେର ମଣ୍ଡଳ ଅଧୀନସ୍ଥ କୁରୁଲ ଗୁଡ଼ିର ଓଡ଼ିଆପାଲି ଜଗନ୍ନାଥ ମନ୍ଦିର ଠାରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ଓଡ଼ିଆପାଲି ରାମ ମନ୍ଦିର ଠାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପୂଜା କରି ଜଗନ୍ନାଥ ମନ୍ଦିରକୁ ଘଣ୍ଟ ଶଙ୍ଖ ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ଗ୍ରାମବାସୀ ପାଛୋଟି ନେଇଥିଲେ । ସେଠାରେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପୁସ୍ତକକୁ ପୂଜା କରି ଉନ୍ମୋଚନ କରିଥିଲେ । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ପୁସ୍ତକ କମିଟି ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ, ଉପ ସଭାପତି ଲିଲି ପଟେଲ, ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ, ମଣ୍ଡଳ ସଭାପତି ଭାଲେର ରାଜକିଶୋର ନାଏକ, ଗୋବିନ୍ଦ ଚନ୍ଦ୍ର ପଟେଲ, ବଲାଙ୍ଗିର, କୁଶଙ୍ଗ ମଣ୍ଡଳ ସଭାପତି ଦୁଷ୍ମନ୍ତ ପଟେଲ, ଭଇସା ମଣ୍ଡଳ ଉପ ସଭାପତି ବିରଞ୍ଚି ରାଉତ, କୁରୁଲ ଗୁଡ଼ି ସଭାପତି ଦୁଃଶାସନ ନାଏକ, ଉପଦେଷ୍ଟା ଦ୍ୱାରିକା ନାଥ ପଟେଲ, ଚିତ୍ତରଞ୍ଜନ ପଟେଲ, ରାଜ କୁମାର ପଟେଲ, ପୁସ୍ତକ କମିଟି ସହ ସମ୍ପାଦକ ଭକ୍ତ ଚରଣ ନାଏକ, ସଭ୍ୟ ସୁରେନ୍ଦ୍ର ପଟେଲ ଓ ଦାଶରଥି ପଟେଲ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ବୁଢାବାହାଲ ନିବାସୀ ବିଜୟ କୁମାର ନାଏକ । କାର୍ଯ୍ୟକ୍ରମରେ ଚାରି ମଣ୍ଡଳର କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବାମଞ୍ଚ, କୃଷକ ମଞ୍ଚ, କେନ୍ଦ୍ର କମିଟି, ନିର୍ବାଚନ ଅଧିକାରୀ, ସମୀକ୍ଷକ, ଶିକ୍ଷା କମିଟି ଓ ନିର୍ମାଣ କମିଟି ସହ କୁରୁଲ ଗୁଡ଼ି ଅଧୀନସ୍ଥ ସମସ୍ତ ଗ୍ରାମ୍ୟ କମିଟି ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଓଡ଼ିଆପାଲି ଜାତି ଭାଇର ଯୁବା ବନ୍ଧୁ ଓ ମହିଳାମାନଙ୍କ ମିଳିତ ପ୍ରୟାସରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଅତିଥି ଆମନ୍ତ୍ରଣ କରିଥିଲେ କୁରୁଲଗୁଡ଼ି ସଭାପତି ଦୁଃଶାସନ ନାଏକ, ସଭା ପରିଚାଳନା କରିଥିଲେ ଦିଗାମ୍ବର ନାଏକ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁଡ଼ି ସଭ୍ୟ ନିତ୍ୟାନନ୍ଦ ସାଏ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଇଥିଲେ କସାବହାଲ ନିବାସୀ ବୁଦ୍ଧଦେବ ନାଏକ ।
