csstore

ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ଗୋଣ୍ଡୱାନା ଫୁଟ୍‌ବଲ୍‌ କପ୍‌-୨୦୨୦ ଉଦ୍‌ଯାପିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଗୋଣ୍ଡୱାନା ଫୁଟ୍‌ବଲ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଢେକୁନ୍‌କୁପା ସ୍ଥିତ ପଡ଼ିଆରେ ଆୟୋଜିତ ଏହି ଖେଳରେ ଜିଲ୍ଲାର ୧୬ଟି ଫୁଟ୍‌ବଲ୍‌ ଦଳ ଭାଗ ନେଇଥିଲେ । ଶୁଣିଙ୍ଗପଦର, ଖଇରମାଲ, ପୌରକେଲା, ଶିରାବାହାଲ, ବୁଢ଼ୀପଦର, ବାରବନ୍ଧା, ଉଫେର୍‌, କେସ୍‌ପଲା, କୁଟେନ୍‌, ତେନ୍ତୁଲିକୁପା, ମୋହନଗିରି, ଢେକୁନ୍‌କୁପା, ମାଙ୍କଡ଼ଖୋଲା, ବରୋଭଟା, ଗୋଲାମୁଣ୍ଡା ଇଷ୍ଟ୍‌, ଗୋଲାମୁଣ୍ଡା ସାଉଥ୍‌, କେସପଲା ଦଳ ଭାଗ ନେଇଥିଲେ । ଏଥିରେ ଗୋଲାମୁଣ୍ଡା ଇଷ୍ଟ ଫାଇନାଲ୍‌ ଖେଳ ଜିତି ରନର୍ସ ସିଲ୍‌ଡ଼ ପ୍ରାପ୍ତ ହୋଇଥିବା ବେଳେ ଢେକୁନ୍‌କୁପା ଦ୍ୱିତୀୟ ହୋଇ କପ୍‌ ହାସଲ୍‌ କରିଥିଲେ । ଗୋଣ୍ଡ ସଂପ୍ରଦାୟର ପିଲାଙ୍କ ଭିତରେ ଖେଳମନସ୍କ କରିବା ପାଇଁ ଗତ ବର୍ଷରୁ ଏହା ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳାରେ ଚାଲିଛି । ମୁଖ୍ୟ ଅତିଥି ଭାବେ ଅଖଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ଆୟୋଜନ ସଭା ଓଡ଼ିଶା ପ୍ରଦେଶ ଯୁବ ସଂଗଠନର ସଭାପତି ଡ. ସୁରେଶ ଝାଙ୍କର, ସମ୍ମାନିତ ଅତିଥି ଭାବେ କୌତୁକ ପନ୍ଦର, ଡୋଳାମଣି ପରୁଆ ଯୋଗ ଦେଇଥିବା ବେଳେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଆୟୋଜନ କମିଟିର ସଭାପତି ପଦ୍ମନ ପାତ୍ର, ସଂପାଦକ ଲୋଚନ ଧରୁଆ, ସହ ସଂପାଦକ ନିରାକାର ପାତ୍ର, କୋଷାଧ୍ୟକ୍ଷ ରାଧୁ ପାତ୍ର, ଯୁବ ସଂଗଠକ ଗଣ୍ଡାରାମ ପାତ୍ର, ରଂଜିତ କୁମୁରା, ଶିବ କହଁର, ଉପିନ୍ଦ୍ର ପାତ୍ର, ଦେବରାଜ ପାତ୍ର, ଗୌତମ ପାତ୍ର, ସରପଂଚ ଶ୍ରୀମତୀ ସୁବାସିନୀ ନାଏକ, କହ୍ନେଇ ପାତ୍ର, କାନ୍ତ ପାତ୍ର, ଚିନ୍ତାମଣି ଭୋଇ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.