
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ଖୁଦୁରୁକୁଣୀ ଓଷା ଉଦ୍ଯାପିତ ହୋଇଛି । ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଥିବା ଏହି ଓଷା ଚାରି ପାଳି ପୂଜା କରିବା ପରେ ଉଦଯାପିତ କରିଥିଲେ । ଏହି ଅବସରରେ ଓଷାଧାରୀ ମହିଳା ଓ ଯୁବତୀମାନେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ । ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ପାରମ୍ପରିକ ପୂଜାବିଧି ସମ୍ପନ୍ନ ପରେ ମା’ଙ୍କୁ ବିସର୍ଜନ କରାଯାଇଥିଲା । ଢୋଲ, ମହୁରୀ ଓ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିବା ସହ ଭକ୍ତମାନେ ନାଚଗୀତରେ ମସଗୁଲ ହୋଇଥିଲେ । ପରସ୍ପର ମଧ୍ୟରେ ଭାଇଚାରା ଓ ସାମାଜିକ ସଦ୍ଭାବର ବାର୍ତ୍ତା ଦେଇ ଉତ୍ସବର ସମାପନ ହୋଇଥିଲା । ସମଗ୍ର ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା ।