
- ବିକେସି ୟୁନାଇଟେଡ୍ ଚମ୍ପିୟାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ବିିକେସି ୟୁନାଇଟେଡ ବଲାଙ୍ଗିର ବନାମ ଜିୱାଇଡିସି ନକଟାସର ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୩-୨ଗୋଲରେ ବିକେସି ୟୁନାଇଟେଡ ନକଟାସରକୁ ହରାଇ ଚମ୍ପିୟାନ ହେଲା । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉଦ୍ଯାପନୀ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଓଡିଶା କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ବଲାଙ୍ଗିର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରି ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମସ୍ତେ ମିଳିମିଶିି କ୍ରୀଡାର ବିକାଶ ନିମନ୍ତେ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଥିଲେ । ଆହୁରି ମଧ୍ୟ ଆମ ସରକାର ଆସିବା ଦିନଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ତୃଣମୁଳ ସ୍ତରରୁ ସିଏମ୍ ଟ୍ରଫି ଫୁଟବଲ, ଖୋଖୋ, କବାଡି ଓ ବଲିବଲ ଖେଳକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ଅତିଥି ଖେଳାଳି ଓ ସମବେତ ଜନତାଙ୍କୁ ଉତ୍ସାହିତ କରି ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରର ସମସ୍ତ କର୍ମକର୍ତ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ବଲାଙ୍ଗିର ମ୍ୟୁନିସିପାଲିଟି ତରଫରୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ । କ୍ରୀଡା ସଂସଦ ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅତିଥି ଭାବେ ଓଏସ୍ଡି ଫୁଟବଲ ଭୁବନେଶ୍ୱର ସୋନାଲି ଚାନ୍ଦ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ଦିନେଶ ଶର୍ମା, କ୍ରୀଡା ସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘନ ସିଂ ଯୋଗ ଦେଇଥିଲେ । କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଫୁଟବଲ କୋଚ ପରାଶର ବାଗ, ସଂସଦର ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, ଶିଶିର କୁମାର ବହିଦାର, ହେମନ୍ତ କୁମାର ବହିଦାର ଓ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ସଂଜୀବ ମହାରଣା, ସଂଜନ କୁଦେଇ ଓ ଦୋଳଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଜୋନ ସଂଯୋଜକ ଏନ୍ଜେୱାସି ଚୁଡାପାଲି, ଏଥେଲେଟିକ ଏସୋସିଏସନ ଟିଟିଲାଗଡ, ହଳଧର ପାଠାଗାର ଖୁଜେନପାଲି, ରାମଜୀ ଯୁବକ ସଂଘ ସଦାଇପାଲି, ପ୍ରୋଗ୍ରେସିଭ କ୍ଲବ ବଲାଙ୍ଗିର, ବିଏନ୍ଏଏ ଜରାସିଂହା, ଲୋଇସିଂହା ଏଥେଲେଟିକ ଏସୋସିିଏସନ ଓ ଇବିଏଫ୍ଏ ହଲଦିଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ । ବିକେସି ଦଳର ସୁଧିର ସରାଫଙ୍କୁ ଶ୍ରେଷ୍ଠ ଗୋଲକିପର ଓ ନକଟାସର ଦଳର ବିକାଶ ଧରୁଆଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ ।