mahavir

କର୍ମବୀର ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ସ୍ଥିତ ବାନ୍ଧନଭାଡି ଗ୍ରାମରେ ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ କର୍ମବୀର ସୋମନାଥ ମିଶ୍ର ସ୍ମୃତି ସମିତି ଆନୁକୂଲ୍ୟରେ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉଦ୍‌ଯାପିତ ହୋଇଯାଇଛି । ଏ ଅବସରରେ ସୋମନାଥ ସ୍ମୃତି ସମିତିର ତଥା ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଓ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ରଥ ଏବଂ ସ୍ମୃତି ସମିତିର ଆବାହକ କହ୍ନାଇ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୂଣ୍ୟଶ୍ଲୋକ ସୋମନାଥ ମିଶ୍ରଙ୍କ ଭଳି କର୍ମବୀର, ଶିକ୍ଷାଦ୍ୟୋଗୀ, ସମାଜ ସୁଧାରକ, ସମସ୍ତଙ୍କୁ ଭଲ ପାଉଥିବା ତଥା ବସୁଦେବ କୁଟୁମ୍ବକମ୍‌ର ଚିନ୍ତା ଚେତନାରେ ଉଦ୍‌ବୁଦ୍ଧ ମଣିଷ କେବେ ମଧ୍ୟ ମରି ପାରନ୍ତି ନାହିଁ । ଆଉ ଏହି ମହାନ ତପସ୍ୱୀ ସାଧକମାନେ ପରଲୋକ ଗମନ କରି ମଧ୍ୟ ତାଙ୍କର କର୍ମ ପାଇଁ ସମାଜକୁ ପ୍ରେରଣା ଓ ଦିଗଦର୍ଶନ ଦେଉଥାନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ତୁଳସୀ ମଂଜରୀ ମିଶ୍ର, ଉଦୟ ସିଂଠାକୁର, ସୁଧାଂଶୁ ରାଉତ ଓ ଶାନ୍ତିଲତା ମିଶ୍ର ମଧ୍ୟ ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ସୋମନାଥ ମିଶ୍ର ଓ ତାଙ୍କ ସହଧର୍ମିଣୀ କ୍ଷୀର ମିଶ୍ରଙ୍କ ଫଟୋକୃତୀରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା । ଦେବ ପଠନ କରି ସଭ୍ୟ ରତ୍ନମୟ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ସ୍ମୃତି ସମିତିର ସଂପାଦକ ମଧୁ ସାହୁ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୃଷିକେଶ ପଟେଲ, ଶିବ ପ୍ରସାଦ ପଣ୍ଡା, ସଂକୀର୍ତ୍ତନ ମେହେର, ନିତାଇ ଚରଣ ମେହେର, ଯୁଧିଷ୍ଠିର ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଗର୍ଜନ ସ୍ଥିତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ କିଛି ଲାଇବ୍ରେରୀ ପୁସ୍ତକ ଓ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଶୁ ବିକାଶ କେନ୍ଦ୍ର, ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତା ତଥା ବାନ୍ଧନଭାଡି ଗ୍ରାମର ଜନସାଧାରଣ ତଥା ମିଶ୍ର ପରିବାର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ସଦସ୍ୟ ସାମୁହିକ ଭାବେ ରଘୁପତି ରାଘବ ରାଜାରାମ ପତିତପାବନ ସୀତାରାମ ପ୍ରାର୍ଥନା ଗାନ କଲା ପରେ ସୋମନାଥ ମିଶ୍ରଙ୍କ ସୁପୁତ୍ର କେଶବ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.