ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଶିବତଲା ସ୍ଥିତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସପ୍ତାହବ୍ୟାପୀ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ଅଧ୍ୟାପକ ବିରେନ୍ଦ୍ର ଗଡୁଆ, ଶତୃଘନ ସାହୁ, ଅଧ୍ୟାପିକା ସବିତା ଦାଶ ପ୍ରମୁଖ ଯୋଗଦାନ କରି ଆତ୍ମସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନୋଡାଲ ଅଫିସର ତଥା ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଶିକ୍ଷିକା ପ୍ରିୟଙ୍କା ମିଶ୍ର ସପ୍ତାହ ବ୍ୟାପୀ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଶେଷରେ ମଂଚାସୀନ ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

seventeen + 20 =