pakka

ରାଷ୍ଟ୍ରୀୟ ମହିଳା ନେତୃତ୍ୱ ସମ୍ମିଳନୀ ଉଦ୍‌ଯାପିତ

bbehera
  • ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ପରୀ ମୂଷା ମଲ୍ଲିକ ଜାତୀୟ ସ୍ମାରକୀ ନ୍ୟାସ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଇଡକଲ ଅଡିଟୋରିୟମଠାରେ ଦୁଇ ଦିବସୀୟ ରାଷ୍ଟ୍ରୀୟ ମହିଳା ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ଦେଢଶହ ଅଗ୍ରଣୀ ମହିଳା ଅଂଶଗ୍ରହଣ କରିଥିବା ବେଳେ ରାଉରକେଲାରୁ କବି ସସ୍ମିତା ପ୍ରଧାନ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଦିବସରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରେରଣା ଦେଶାଇ ଯୋଗଦେଇ କହିଲେ ଯେ ସାମାଜିକ ଏବଂ ବୈଜ୍ଞାନିକ କାରଣରୁ ଆଜି ମହିଳାମାନେ ଅଧିକ ଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ସକ୍ରିୟ ହୋଇପାରିଛନ୍ତି । ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଦେଶ ତଥା ବିଶ୍ୱକୁ ଉନ୍ନତି କରିବା ପାଇଁ ମହିଳାମାନଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି କହିଥିଲେ । ରାଉରକେଲାର ଶ୍ରୀମତୀ ପ୍ରଧାନ ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ୱବୋଧକୁ ଗୁରୁତ୍ୱାରୋପ କରି ବକ୍ତବ୍ୟ ରଖିଥିଲେ । ଉତ୍କଳ ସର୍ବୋଦୟ ମଣ୍ଡଳର ମହିଳା ସେଲ ସଂଯୋଜିକା ଆନନ୍ଦିକା ସାମନ୍ତରାୟଙ୍କ ନେତୃତ୍ୱରେ ଅନିମା ରାୟ, ମୀନତି ପଣ୍ଡା, ମମତା ଦାସ, ସଂଗୀତା କିଶାନ, ପ୍ରତିମା ପଣ୍ଡା, ନିରୁପମା ପାଣି ଏକ ସମିତି ଗଠନ କରିଛନ୍ତି । ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏହାର ମାଗଦର୍ଶିକା ଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୀଷା ବାନାର୍ଜୀ, ମାର୍ଲିନ, ପାୟଲ, ରୀତା ଧର୍ମିତ, ରୀତା ପାଲ, କୁମକୁମ ଭରଦ୍ୱାଜ, ପ୍ରଭାବତୀ ପଣ୍ଡା, ପ୍ରମିଳା ସ୍ୱାଇଁ, ଅନ୍ନପୂର୍ଣ୍ଣା ସାହୁ, ସରୋଜିନୀ ଦାସ, ନିରୁପମା ପାଣି, ସୋମା କର୍ମକାର, ସରୋଜିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଉରକେଲାର ସସ୍ମିତା ପ୍ରଧାନ ଜଣେ ସାମ୍ବାଦିକା, କବି, ହ୍ୟୁମାନ୍ ରାଇଟ୍ସର ରାଉରକେଲା ମହିଳା ସଂଘର ସଭାପତି ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କର୍ମକର୍ତ୍ତା ରୂପେ କାର୍ଯ୍ୟରତ । ଶ୍ରୀମତୀ ପ୍ରଧାନଙ୍କ ପିତା ସ୍ୱର୍ଗତ କେଶବଚନ୍ଦ୍ର ନାୟକ ସ୍ୱାଧୀନତା ଆନ୍ଦୋଳନରେ ବାନରସେନା ସଦସ୍ୟ ଓ ଭୂଦାନ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

19 − six =

error: Content is protected !!