
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରେଳ ଧାରଣାରୁ ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ରାୟଗଡା ଜିଲ୍ଲା ସିକରପାଇ ଷ୍ଟେସନ୍ ନିକଟରେ ଘଟିଛି । ମୃତ ଜଣକ ହେଲେ ଝାଡ଼ଖଣ୍ଡ, ଖାଲିଆ ବାଗ ଅଞ୍ଚଳର ଯୁବକ କୁଲଦୀପ ପାଣ୍ଡେ, ବୟସ (୩୩) ସେ ହାଇୱା ଟିପର ଡ୍ରାଇଭର ଭାବରେ ରେଳ ଲାଇନ ନୂତନ ଭାବେ ନିର୍ମାଣ କରୁଥିବା କେଏସ୍ଆର୍ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ କୁଲଦୀପ ପାଣ୍ଡେ ଖଣ୍ଡବିଖଣ୍ଡିତ ହୋଇ ରେଳ ଲାଇନ ଉପରେ ପଡ଼ିଥିବା ଟ୍ରେନ୍ ପାଇଲଟ୍ ଦେଖି ସିକରପାଇ ଷ୍ଟେସନ୍ ଅଧିକାରୀଙ୍କୁ ଜଣାଇଥିଲେ । ଏହାପରେ ଖବରପାଇ ରାୟଗଡା ଜିଆରପି ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।