jayashree

ହରିଓମ୍‌ ସୋସାଇଟି ପକ୍ଷରୁ ବିଲଡରଙ୍କ ବିରୋଧରେ ଅଭିଯୋଗ : ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (ମୁନ୍ନା ସାହୁ) : ହରିଓମ୍‌ ସୋସାଇଟି ପକ୍ଷରୁ ସୋମବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ହରିଓମ ସୋସାଇଟି ତିଆରି ପୂର୍ବରୁ ବିଲଡର ଦେଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିନାହାନ୍ତି । ଗାର୍ଡେନ ଏରିଆ, କମ୍ୟୁନିଟି ସେଣ୍ଟର ସହ ଅନେକ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦିଆଯାଇଥିଲା, କିନ୍ତୁ କୌଣସି ପ୍ରତିଶୃତି ପାଳନ କରାଯାଇନାହିଁ । ଏନେଇ ସୋସାଇଟି ବାସିନ୍ଦା କୋର୍ଟରେ ଅଭିଯୋଗ କରିଥିବା ବେଳେ ଗତ ୨୦୨୩ରେ ମାନ୍ୟବର କୋର୍ଟ ବିଲଡରଙ୍କୁ ସବୁ ପ୍ରତିଶୃତି ପାଳନ ପାଇଁ ଆଦେଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଅନ୍ୟ ପଟେ ଡ୍ରେନ ଓ ରାସ୍ତା ପାଇଁ ମଧ୍ୟ ସୋସାଇଟିରୁ ଟଙ୍କା ନେଇଥିବା ବେଳେ ତାହା ମଧ୍ୟ ସୁବିଧା କରି ନଥିବାରୁ ବର୍ଷାରେ ରାସ୍ତା ଉପରେ ପାଣି ଯାଉଥିବା ଅଭିଯୋଗ କରିଛନ୍ତି । ଏହା ସହ ଇଲିଗାଲ ଭାବେ ୫ ଫ୍ଲୋର ତିଆରି କରାଯାଇଥିବା ଅଭିଯୋଗ କରି ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.