
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସୌନ୍ଦର୍ଯ୍ୟକରଣ ଏବଂ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ରେ ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ଡିଜିଟାଲ୍ ହୋର୍ଡିଂଗୁଡ଼ିକର ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଡିଜିଟାଲ୍ ହୋର୍ଡିଂଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଲୋକଙ୍କୁ ସୂଚନା ଏବଂ ସଚେତନତା ଯୋଗାଇବା ପାଇଁ ଏହି ଡିଜିଟାଲ୍ ପ୍ରଦର୍ଶନୀ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଆଜି ମନ୍ତ୍ରୀ ମହୋଦୟ ସହରର ଭିନ୍ନ ଭିନ୍ନ ସ୍ଥାନ ଯଥା—ଭେଉଁରିଆ ଛକ, କଚେରୀ ଛକ ଏବଂ ବଡ଼ବନ୍ଧ ନିକଟରେ ସ୍ଥାପିତ ଡିଜିଟାଲ୍ ହୋର୍ଡିଂଗୁଡ଼ିକୁ ଉଦଘାଟନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଏନ୍ଏସି ଅଞ୍ଚଳରେ ମୋଟ ୧୦ଟି ସ୍ଥାନରେ ଏହି ଡିଜିଟାଲ୍ ହୋର୍ଡିଂ ସ୍ଥାପନ କରିବା ପାଇଁ ”M/S Addsoft Technologies Limitedକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟଶୟରେ ୩ଟି ସ୍ଥାନରେ ଏହି ଡିଜିଟାଲ୍ ହୋର୍ଡିଂ ଲଗାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲ୍ଲୁ, ଉପ – ଜିଲ୍ଲାପାଳ ହେମସାଗର ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ପ୍ରମୁଖ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।