om academy

ସୋହେଲାର କରଣ୍ଡୋଲା ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

jsm

ବରଗଡ଼, (ହେମନ୍ତ ସାହୁ) : ସଂପ୍ରତି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର କରଣ୍ଡୋଲାଠାରେ ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ହରି ମହାଯଜ୍ଞ ସମାରୋହ ଅବସରରେ ଇତି ମଧ୍ୟରେ ଚଳିତ ବର୍ଷ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ଼, ଓଡିଶା ମିଲେଟ୍ସ୍ ମିଶନ ଓ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ମୁଖ୍ୟ ଅତିଥି ସରପଞ୍ଚ ଅରକ୍ଷିତ ଖମାରୀ ପୃଷ୍ଟି ଶସ୍ୟ ଖାଦ୍ୟମେଳା ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ରୀତାଞ୍ଜଳି ବିଶି, ବ୍ଲକ ସହ କୃଷି ଅଧିକାରୀ ଆଦର୍ଶ ସାହୁ ଓ ଅଭିଷେକ ଅଗ୍ରୱାଲ, ଶସ୍ୟ ସଂରକ୍ଷଣ ସହାୟକ – କୃଷି ଅଧିଦର୍ଶକ କିଶୋର ଚନ୍ଦ୍ର ଦାଶ, କୃଷକ ସାଥୀ ଭୋଗିଲାଲ ସା, ସମିତି ମେମ୍ବର ଚ଼ିନ୍ତାମଣି ଭୁଏ, ସାମାଜସେବୀ ଦିଲ୍ଲୀପ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ମେଳାରେ ‘ମାଣ୍ଡିଆ’ ମୁଖ୍ୟ ଉପାଦାନ ଭିତ୍ତିକ ପ୍ରସ୍ତୁତ ସ୍ଵାଦିଷ୍ଟ ଓ ପୌଷ୍ଟିକ ଖାରାଗଜା, ଖୁରମା, ମୁଡ଼କୁ, ଗୁଲାପଜାମୁନ, ଆରିସା ପିଠା, ବାଲସେଇ, ମୁଖିଆ ଖଜା, କଚୋଡ଼ି ଆଦି ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଓ ପରିବେଷଣ କରାଯାଇଥିଲା । ଜୟ ଅମ୍ୱେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଜିନିଷକୁ ପ୍ରସ୍ତୁତ କରିଥିଲେ । ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ସହ ବ୍ଲକ ସଂଯୋଜକ ମଶାଲୁ ସେଠ ପରିଚାଳନା କରିଥିଲେ ଓ ସିଇଓ ଚୁମ୍ବିଲାଲ ଦ୍ଵାରୀ, ବିଓଡ଼ି ସଭ୍ୟା ଯାଜ୍ଞସେନୀ ନାୟକ ଏବଂ ସିଆର୍‌ପି ମାନଭଞ୍ଜନ ବାରିକ, ମୋହନ ଭୋଇ, ରୁଦ୍ର ମାଧବ ବାରିକ, ଅଭିଷେକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.