ଅମଲିପାଲିରେ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ – ୭ ଅମଲିପାଲି ଠାରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ମାଇକ୍ରୋ ଏକଟିଭିଟି ସେଣ୍ଟକୁ ଉଦଘାଟନ କରିଥିଲେ । ଏହି ମାଇକ୍ରୋ ଏକଟିଭିଟି ସେଣ୍ଟର ୱାର୍ଡ ନଂ – ୭ରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ବିଭିନ୍ନ ସଭାସମିତି ତଥା ଅନ୍ୟାନ୍ୟ କାର୍ୟ୍ୟରେ ବ୍ୟବହୃତ ହେବା ସହିତ ଜନସାଧାରଣଙ୍କ ସାମୁହିକ କାର୍ୟ୍ୟକ୍ରମ ନିମନ୍ତେ ଉପଯୋଗ ହୋଇ ପାରିବ । ଏହି ଅବସରରେ ଉପଜିଲ୍ଲାପାଳ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର କାର୍ୟ୍ୟକ୍ରମ ତଥା ବ୍ୟାଙ୍କ ଲିଙ୍କେଜ ସଂପର୍କୀତ ବିବରଣୀ ପଚାରି ବୁଝିଥିଲେ । ଏହି କାର୍ୟ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, କମ୍ପୁନିଟି ଅର୍ଗାନାଇଜର ଚିତ୍ରୋତ୍ପଳା ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ନେଇ ଯୋଗଦାନ କରିଥିଲେ ।

Leave A Reply

Your email address will not be published.