csstore

ଧାନ ବିକ୍ରି ଆରମ୍ଭରୁ ଚାଷୀ ଅସନ୍ତୋଷ : କଟ୍‌ନି-ଛଟ୍‌ନି ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ ଜାରି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ଧୁମାଭଟା ମଣ୍ଡିରେ କଟନି-ଛଟନି ପ୍ରକ୍ରିୟା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖାଯାଉଛି । ଏଫ୍‌ଏକ୍ୟୁ ନାଁରେ ଚାଷୀମାନଙ୍କୁ ଶୋଷଣ ଲୁଟ୍ କରୁଥିବା କଥା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ମଣ୍ଡିରେ ଚାଷୀ ଆଣି ଧାନ ପକେଇଥିଲେ । ଆଶା ଥିଲା ବିକ୍ରି କରି ଭଲ ଦି’ ପଇସା ପାଇବେ । କିନ୍ତୁ ମଣ୍ଡି ପ୍ରକ୍ରିୟାରେ ମିଲର୍ସର ଦାଦାଗିରି ଯୋଗୁଁ ଓ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଚାଷୀ ହତାଶ ଥିବା ଜଣାପଡ଼ୁଛି । କ୍ୱାଲିଟି ଠିକ୍ ଥାଇ ମଧ୍ୟ ୮ରୁ ୧୦ କେଜି ଧାନ କାଟିବା ନେଇ ମିଲର୍ସ ଚାଷୀଙ୍କୁ କହିଥିଲା । ତାପରେ ଚାଷୀମାନେ କ୍ଷୁବ୍ଧ ହୋଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ । ତା ସହିତ ପାଟଣାଗଡ଼ ଉପଜିଲ୍ଲାପାଲଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । କିନ୍ତୁ କୌଣସି ଅଧିକାରୀ ମଧ୍ୟ ଚାଷୀଙ୍କ କଥା ଶୁଣୁନଥିବାରୁ ମଣ୍ଡିରେ ତାଲା ପକେଇ ଧାରଣାରେ ବସିଛନ୍ତି ଚାଷୀ । ତୁରନ୍ତ ସମାଧାନ ନହେଲେ ରାଜ ରାସ୍ତାରେ ଧାନ ଢ଼ାଲିବେ ବୋଲି ଚାଷୀ ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି । ଆନ୍ଦୋଳନରେ ସାମିଲ୍ ଥିବା ଚାଷୀମାନେ ହେଲେ ରମେଶ ବୁଡ଼େକ, ସନ୍ତୋଷ ବୁଡ଼େକ, ଗୋପାଲ ବୁଡ଼େକ, ଭରତ ବିହାରୀ ବୁଡ଼େକ, ନିତ୍ୟାନନ୍ଦ ବୁଡ଼େକ, ପ୍ରମୋଦ କୁମାର ସାହୁ, ଜୟ କୋଶଲ କୃଷକ ସଙ୍ଗଠନର ସଭାପତି ବିନୋଦ ମଲ୍ଲିକ, ଜୟ କିଷାନ ଆନ୍ଦୋଳନ ବଲାଙ୍ଗିରର ଆବାହକ ଅଚ୍ୟୁତ ଖମାରୀ, ବନମାଲି ନାଏକ, ପିଣ୍ଟୁ ବୁଡ଼େକ, ମଦନ ନାଏକ, ଯୁଗଲ କିଶୋର ସାହୁ ପ୍ରମୁଖ ।

jayashree
Leave A Reply

Your email address will not be published.