ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପାଇଁ ବଲାଙ୍ଗିର ମାଟିର ଯୁବକ ମନୋନୀତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବାଦୀମୁଣ୍ଡା ଗ୍ରାମର ରାଜୀବ କୁମାର ତ୍ରିପାଠୀ (ଚୀନୁ) । ଏସିଆ ମହାଦେଶର ସର୍ବପୁରାତନ ଓ ଶ୍ରେଷ୍ଠ ମିଡ଼ିଆ ତଥା ଗବେଷଣା ଅନୁଷ୍ଠାନ, ଭାରତୀୟ ଜନସଂଚାର ସଂସ୍ଥାନ, ଆଇଆଇଏମ୍‌ସି ଦିଲ୍ଲୀର ଆଞ୍ଚଳିକ କ୍ୟାମ୍ପସ ଢେଙ୍କାନାଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ (ପିଜି) ସ୍ନାତକୋତ୍ତର ପାଠ ପାଇଁ ମନୋନୀତ ହେଇଛନ୍ତି । ପ୍ରତିବର୍ଷ ଓଡ଼ିଶାରୁ ୨୫ ଜଣ ସ୍ନାତକ ଡିଗ୍ରୀ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇଥାଏ । ଚଳିତ ବର୍ଷ ଚୟନ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ଚିନ୍ମୟ ତ୍ରିପାଠୀ ବଲାଙ୍ଗିର ଜିଲ୍ଲାରୁ ଏକମାତ୍ର ବିଦ୍ୟାର୍ଥୀ ଭାବେ ଏହି ସୁଯୋଗ ପାଇଛନ୍ତି ।

Leave A Reply

Your email address will not be published.