pakka

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ଜରିଆରେ ୫୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ହେବ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଦ୍ୱାରା ଆଭାସି ଜରିଆରେ ବୌଦ୍ଧ ଜିଲ୍ଲାରେ ୪୬୩ କୋଟି ଟଙ୍କାର ୫୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୦ କୋଟି ଟଙ୍କାର ୨୨ ଗୋଟି ପ୍ରକଳ୍ପର ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବିତରଣ କରାଯିବ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ନିତି ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ୱ ଦେଇଛନ୍ତି ଏବଂ ତଦନୁସାରେ ରାଜ୍ୟର ସାଧାରଣ ଲୋକଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରାଯାଉଛି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ କରିବା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖଠାରୁ ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍ମାର୍ଟକାର୍ଡଧାରୀମାନଙ୍କୁ ସାମିଲ କରାଯାଇଛି । ଆସନ୍ତା ୨୫ ତାରିଖ ଦିନ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍‌ଠାରେ ଅପରାହ୍ନ ୫ ଘଂଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ସ୍ମାର୍ଟକାର୍ଡ ବଂଟନ କରାଯିବ । ଏଥିପାଇଁ ବୌଦ୍ଧ ବ୍ଲକକୁ ୩୬୪୦୪, ହରଭଙ୍ଗା ବ୍ଲକକୁ ୩୩୬୨୮ ଓ କଂଟାମାଳ ବ୍ଲକକୁ ୩୮୫୨୩ଟି କିଟ୍ ଆସିଛି । ଏହି ଯୋଜନା ଦ୍ୱାରା ଜିଲ୍ଲାରେ ୧୦୮୫୫୫ ପରିବାରର ୩୭୨୩୮୭ ଜଣ ହିତାଧିକାରୀ ଉପକୃତ ହେବେ । ଏହି ସ୍ମାର୍ଟକାର୍ଡ ଜିଲ୍ଲାର ୬୯ ପଂଚାୟତ ପାଇଁ ୬ ଗୋଟି ବୁଥରେ ପ୍ରଦାନ କରାଯିବ । ଦୁଇଦିନ ମଧ୍ୟରେ ଏହି ସ୍ମାର୍ଟକାର୍ଡ ବଂଟନ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ଏଥିପାଇଁ ୪୧୪ ଜଣ କ୍ଷେତ୍ର କର୍ମଚାରୀ ଓ ୬ ଗୋଟି ବୁଥ ପାଇଁ ୬୯ ଜଣ ନୋଡାଲ ଅଧିକାରୀ ନିୟୋଜିତ ହେବେ । ଏହି ସ୍ମାର୍ଟ କାର୍ଡଧାରୀ ପରିବାର ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଂଜିକୃତ ଘରୋଇ ଚିକିତ୍ସାଳୟମାନଙ୍କରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ଏହି ଅର୍ଥ ରାଶି ଉପଯୋଗ ହୋଇଗଲା ପରେ ପରିବାରର ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ ।

jay balangir
Leave A Reply

Your email address will not be published.

5 × four =

error: Content is protected !!