pakka

ପାଇକମାଲ ବସ୍ତିରେ ଡିଭାଡର ଦାବୀରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁଏକ୍ସପ୍ରେସ ୱେରେ ଡିଭାଡର ସ୍ଥାପନ ଦାବୀରେ ୨୫ ତାରିଖ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ପୁର୍ତ୍ତ ବିଭାଗ ଏସ୍‌ଡିଓ ଜିତେନ୍ଦ୍ର ମେହେର ପାଇକମାଲ ଆସି ସାମ୍ବାଦିକମାନଙ୍କ ସହ ଯୋଗାଯୋଗ କରି ଥାନା ପରିସରରେ ଡିଭାଡର ସ୍ଥାପନ ନେଇ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁସାରେ ପାଇକମାଲରେ ଡିଭାଇଡର ନିର୍ମାଣ ପାଇଁ ଟେଣ୍ତର ଡକାଯାଇଛି । ଆସନ୍ତା ଡିସେମ୍ବର ୩ ତାରିଖ ଏହା ଖୋଲାଯିବ । ଯିଏ ଟେଣ୍ତର ପାଇବ ଖୁବ୍‌ ଶୀଘ୍ରକାମ କରିବ ବୋଲି କହିଥିଲେ । ଏଥି ସହିତ ଛକରେ ୧୦୦ ଫୁଟ ଛାଡି ଡିଭାଇଡର ନିର୍ମାଣ କରାଯିବ ଏବଂ ୪୦୦ ମିଟର ଦୂରତାରେ ରାସ୍ତା ଛଡାଯିବ ବୋଲି ଏସ୍‌ଡିଓ ଶ୍ରୀ ମେହେର କହିଥିଲେ । ଆନ୍ଦୋଳନକୁ ସ୍ଥଗିତ ରଖିବାକୁ କହିଥିଲେ । ଆଲୋଚନାରେ ପାଇକମାଲ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧ, ପୂର୍ତ୍ତ ବିଭାଗ ଜେଇ ଦିଲ୍ଲିପ ସାହୁ, ବଡ ଶତପଥୀ, ସୁରଥ ସାହୁ, ମାନସ ନାୟକ, କୁଞ୍ଜ ବିହାରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × two =

error: Content is protected !!