pakka

ମା’ରାମଚଣ୍ଡୀଙ୍କ ପୀଠରେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ପାଇଁ ପ୍ରସ୍ତୁତି : ୫୦ ହଜାର ଲିଟର ପରିମିତ ପାଣିଟାଙ୍କି ବୁଧବାର ବିଧାୟକ ଉଦ୍‌ଘାଟନ କଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ଅର୍ଥାତ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତ ମା’ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ଏବେ ରାମଚଣ୍ଡୀଙ୍କ ପୀଠରେ ଗହଳ ଚହଳ ଆରମ୍ଭ ହୋଇଛି । ଏହି ମନ୍ଦିର ପୁନଃ-ପ୍ରତିଷ୍ଠା ନିମନ୍ତେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ପ୍ରସ୍ତୁତି ଚାଲିଛି । ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଆସୁଛି । ଏହି ଅବସରରେ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ୫୦ ହଜାର ଲିଟର ପରିମିତ ପିଇବା ପାଣିଟାଙ୍କିକୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ସମୟରେ ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଗଞ୍ଜାମ ବ୍ଲକ ପୂର୍ବତନ ଅଧକ୍ଷ ତଥା ମନ୍ଦିର କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ, କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ କୁମାର ପଣ୍ଡା, କେଡ଼ର ପି.ପି. ରାଜେଶ କୁମାର ମିଶ୍ର, ବିଜେଡି ଯୁବ ନେତା ବିମଳ କୁମାର ପଣ୍ଡା, ପଣ୍ଡିତ ବିଜୟ ତ୍ରିପାଠୀ, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ଗଞ୍ଜାମ ବ୍ଲକ ପକ୍ଷରୁ ମଞ୍ଜୁରୀ ହୋଇଥିଲା ।

Leave A Reply

Your email address will not be published.

three × four =