pakka

ଶିକାଛିଡା ରାସ୍ତାରେ ବାଇକକୁ ଧକ୍କା ଦେଲା କାର, ୩ ଜଣ ଗୁରୁତର ଭାବେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଶିକାଛିଡା ଠାରେ ଏକ କାର ସାମ୍ନା ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଚନ୍ଦନଭାଟି ନିବାସୀ ଦେବାନନ୍ଦ ପୋଢ଼ ଏକ ହୋଣ୍ଡା ବାଇକ୍ ଯୋଗେ ନିଜ ମା’ ଓ ଭଉଣୀଙ୍କୁ ନେଇ ଘରୋଇ କାମ ପାଇଁ ପୁଲସଖଣ୍ଡି ଗ୍ରାମକୁ ଯାଇ ଫେୁରୁଥିବା ସମୟରେ ଶିକାଛିଡା ଠାରେ ସାମ୍ନା ପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ଦେବାନନ୍ଦ, ତାଙ୍କ ମା’ ଓ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ି ରହିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

19 + seven =