pakka

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇଙ୍କ ଦାୟିତ୍ୱ ଗ୍ରହଣ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନୀଳମାଧବ ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଶ୍ରୀ ଭୋଇ ଆଜି ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭୋଇ ଜଣେ ନିଷ୍ଠାପର, ଉଦ୍ୟମୀ ଓ ଦକ୍ଷତା ଭିତ୍ତିରେ ଗତ ୨୦୨୦ ମସିହାରେ କରୋନାର ପ୍ରକୋପ ଲହରୀ ସମୟରେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ଛତ୍ରପୁରରେ ବୃଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସନୀୟ ହୋଇଥିଲେ । ସେ ୨୦୦୧ ମସିହା ବ୍ୟାଚ୍‌ର ଓଏଏସ ଅଟନ୍ତି । ପ୍ରଥମେ ରାୟଗଡା, କେନ୍ଦ୍ରାପଡା ଓ ପରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଅବସ୍ଥାପିତ ହୋଇ ପ୍ରଶାସନ ବିଭାଗରେ ବେଶ ଭୂୟସୀ ପ୍ରଶଂସା ଲାଭ କରିଛନ୍ତି । ଛତ୍ରପୁର ସବଡିଭିଜନର ସବଡିଭିଜିନାଲ ମାର୍ଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱରେ ଥିଲେ । ଇତି ମଧ୍ୟରେ ବରିଷ୍ଠ ଓଏଏସ ପଦାଧିକାରୀ ଭାବେ ପଦୋନ୍ନତି ହୋଇ ଗଞ୍ଜାମ ଜିଲ୍ଲାର ଡୁଡ଼ା-ପିଡ଼ି ଭାବେ ଆଜି ଠାରୁ ଦାୟିତ୍ୱ ବହନ କରିଛନ୍ତି ।

Leave A Reply

Your email address will not be published.

fourteen + 5 =