pakka

କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ବେଲପଡା ପୋଲିସ କଣ୍ଟାବାଞ୍ଜି ସ୍ଥିତ ଆଲିସାନ ସିନେମା ହଲରୁ ଗିରଫ କରି ବେଲପଡା ଥାନରେ ରଖିଥିଲା । ତାଙ୍କ ପାଖରୁ ନଗତ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିଥିବା ବେଳେ ଆଜି ତାଙ୍କୁ କଡା ସୁରକ୍ଷା ବଳରେ କୋର୍ଟ ଫରୱାର୍ଡ କରାଯାଇଛି । ଏନେଇ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 + 2 =