pakka

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ମଧୁର ଜଳ “ତାମ୍ପରା” ଠାରେ ଏକ ସଚେତନତା କାର୍ଯ୍ୟକ୍ରମ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫେବୃଆରୀ ୨ତାରିଖ ଦିନଟିକୁ ବିଶ୍ୱ ଆଦ୍ରଭୂମି ଦିବସ ରୂପେ ସରକାରୀ ଭାବେ ପାଳନ କରାଯାଉଛି । ଏହି ଅବସରରେ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଭାବେ ସ୍ଥାନୀତ ଆଦ୍ରଭୂମି ପ୍ରକୃତିର ଅନବୈଦ୍ୟ ସବୁଜିମାସ୍ଥଳ, ମଧୁରଜଳ ହ୍ରଦ “ତାମ୍ପରା” କୂଳେ ବନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପକଣ୍ଠର “ତାମ୍ପରା” କୂଳସ୍ଥ -ରାମସର- ଏକଆଦ୍ରଭୂମି ଯାହାର ୩ଶହ ବର୍ଗ ମିଟର ପରିସରର ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ସୁରକ୍ଷା କରାଯିବା ଏବଂ ଉପଭୋଗ କରାଯିବା, ଏଠାକାର ଅମ୍ଳଜାନର ଉପକାରୀତା ଉପରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଛି । ଗଞ୍ଜାମ ଜିଲ୍ଲା ବନ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଥିରେ ଏସିଏଫ ଡ଼ଃ. ରୁଦ୍ର ପ୍ରସାଦ ରଥ ଏବଂ ଏ. ମାଧବୀ ଲତା, ବ୍ରହ୍ମପୁର ରେଞ୍ଜ ଅଫିସର ରଜତ କୁମାର ମିଶ୍ର, ଖଲ୍ଲିକୋଟ ରେଞ୍ଜ ଅଫିସର ସିଦ୍ଧାର୍ଥ ଶଙ୍କର ସାହୁ, ସାମନ୍ତିଆପଲ୍ଲୀ ରେଞ୍ଜର ମନୋଜ କୁମାର ପାତ୍ର, ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରିବେଶ ପ୍ରଦୂଷଣ ବିଭାଗର ଆସୋସିଏଟ ପ୍ରୋଫେସର ଅଞ୍ଜନ କୁମାର ପୃଷ୍ଟି, ଅର୍ଥନୈତିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ର ନାଥ ସାହୁ, ଛତ୍ରପୁର ଫରେଷ୍ଟ ଅଫିସର ଗିରୀଶ ରାୟ ପ୍ରମୁଖ ଯୋଗଦେଇ ଆଦ୍ରଭୂମିକୁ ସଂରକ୍ଷଣ କରି ରଖିବା, ପରିବେଶ ପ୍ରଦୂଷଣକୁ ରୋକିବା ଆଦି ଦିଗରେ ସଚେତନତା କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପରିବେଶ ପ୍ରଦୂଷଣ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇ “ତାମ୍ପରା” ଆଦ୍ରଭୂମି ପରିସରକୁ ସଫେଇ କରିଥିଲେ । “ତାମ୍ପରା” ଅଞ୍ଚଳକୁ ପରିଚ୍ଛନତା ଏବଂ ପ୍ଲାଷ୍ଟିକ ମୁକ୍ତ କରାଯିବା ନେଇ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.

4 + one =