ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଗୁରୁଡଙ୍ଗର ପାହାଡରେ ଆଜି ଏକ ଝୁଲନ୍ତା ଶବ ରହିଥିବା ଖବର ପାଇ ବୋଡେନ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଶବ ରହିଥିଲା । ଦୁଇ ତିନି ଦିନ ତଳେ ଉକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ବୟସ ୪୫ ବର୍ଷ ହେବ ବୋଲି ପୁଲିସ କହିଥିବା ବେଳେ ପରିଚୟ ମିଳିପାରି ନାହିଁ । ବୋଡେନ ଠାରୁ ଘଟଣାସ୍ଥଳର ଦୂରତା ୫ କିଲୋମିଟର ହୋଇଥିବା ବେଳେ ଆଜି ପୂର୍ବାହ୍ନ ୯ ଘଟିକାରେ ଆଇଆଇସି ସୁଦର୍ଶନ ନାୟକଙ୍କ ନେତୃତ୍ୱରେ ପୁଲିସ ଦଳ ଓ ସମାଜସେବୀ ବିଜୟ ଦଣ୍ଡସେନା, ସୌଦାଗର ସାହୁ ପହଂଚି ଶବ ଉଦ୍ଧାର କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତର ସଞ୍ଜୀବ ନାଏକଙ୍କ ତତ୍ତ୍ଵାବଧାନରେ ସେଠାରେ ପୋଷ୍ଟମର୍ଟମ କରାଯାଇଥିବା ବେଳେ ରାସ୍ତା ଅସୁବିଧା ହେତୁ ଆଇଆଇସି ଶ୍ରୀଯୁକ୍ତ ନାଏକ ଓ ଏସଆଇ ଗୌରୀ ଜାନୀ, କୁଳମଣି ବୋର୍ଦ୍ଦା, ସୁରଥ ମାଝୀ, କନେଷ୍ଟବଲ ସତ୍ୟ ନାଏକ ପ୍ରମୁଖ ଭାରରେ ବୋହି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଆଣିଥିଲେ । ପରେ ଆମ୍ବୁଲାନ୍ସ ଗାଡ଼ିରେ ବୋଡେନକୁ ଅଣାଯାଇଥିଲା । ପରିଚୟ ନ ମିଳିବାରୁ ଓ କେହି ଦାବୀଦାର ନଥିବାରୁ ନୂଆପଡାକୁ ପଠା ଯାଇଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fifteen − 11 =