
ଜିଲ୍ଲା ଏଥେଲେଟିକ୍ସ ଆସୋସିଏସନ ପକ୍ଷରୁ ଟିଟିଲାଗଡ଼ ଷ୍ଟାଡିୟମ୍ ଠାରେ ସିନିୟର୍ ଡିଷ୍ଟ୍ରିକ୍ଟ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ
- ଗ୍ରୁପ ବି ଦ୍ୱିତୀୟ ଦିନରେ ନେହେରୁ ଯୁବକ ସଂଘ ଓ ରାଇଜିଂ ଷ୍ଟାର ବିଜୟୀ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଦୁଇଟି ମ୍ୟାଚ ସ୍ଥାନୀୟ ଟିଟିଲାଗଡ ଷ୍ଟାଡିୟମ୍ ଠାରେ ଖେଳାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଆଥଲେଟିକ ଆସୋସିଏସନର ସଭାପତି ରାଧାକାନ୍ତ ପାଢ଼ୀ, ସମ୍ପାଦକ ଶୁଭ୍ରାଂଶୁ ଦାସ, ସହରର ବିଶିଷ୍ଟ ଖେଳାଳି ମଧୁ ମହାଲିଙ୍ଗ, ଆଦିବାସୀ ନେତା ହେମେନ୍ଦ୍ର ହାଁସଦା ଉପସ୍ଥିତ ଥିଲେ । ଖେଳାଳିଙ୍କ ସହ କର ମର୍ଦ୍ଦନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ତାପରେ ଖେଳ ଆରମ୍ଭ ହୋଇଥିଲା । ଟିଟିଲାଗଡ ନେହେରୁ ଯୁବକ ସଂଘ ଓ ଭାଟିପଡା ମଧ୍ୟରେ ଖେଳା ଯାଇଥିଲା, ସେଥିରେ ନେହେରୁ ଯୁବକ ସଂଘ ୨/୦ ଗୋଲ ଦେଇ ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ତୁରଲା ଆଉ ରାଇଜିଂ ଷ୍ଟାର ଟିଟିଲାଗଡ ମଧ୍ୟରେ ଖେଳା ଯାଇଥିଲା । ସେଥିରେ ରାଇଜିଂ ଷ୍ଟାର ମଧ୍ୟ ୨ ଗୋଲ ଦେଇ ବିଜୟ ହୋଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆସୋସିଏସନର କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଦ୍ଦାର୍, ସାଂଗଠନିକ ସମ୍ପାଦକ ହରିଶ ରାୟଥାଟା, ସହ ସମ୍ପାଦକ ପଦ୍ମନାଭ ବେହେରା ଓ ଘିନୁ ଆଡ ଯୁଆଡ, କାଳୀ ମୁଖାର୍ଜୀ, ଦନାରଦନ ହୋତା, କୋଷାଧ୍ୟକ୍ଷ ରମାନାଥ ଖମାରୀ, ସଦସ୍ୟ ଲକ୍ଷ୍ମୀ କାନ୍ତ ମହାପାତ୍ର, ମନୋଜ କୁମାର ହାତୀ, ଧୁବଲେ ଦଳବେହେରା, ତପନ ପ୍ରଧାନୀ, ରାଜେଶ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।