jayashree

ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନ ଓଡ଼ିଶା ପ୍ରଦେଶ ମହିଳା ସୃଜନ ଶାଖା ଟିଟିଲାଗଡ ପକ୍ଷରୁ ନେତ୍ର ଦାନ ସମ୍ବନ୍ଧିତ ସଚେତନତା ରାଲି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଅପରାହ୍ନରେ ଟିଟିଲାଗଡ ମହେଶ୍ୱର ହିନ୍ଦି ହାଇସ୍କୁଲ ଠାରେ ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନ ଓଡ଼ିଶା ପ୍ରଦେଶ ଟିଟିଲାଗଡ ମହିଳା ସୃଜନ ଶାଖା ପକ୍ଷରୁ ନେତ୍ର ଦାନ ସମ୍ବନ୍ଧିତ ଏକ ସଚେତନତା ସଭା ସ୍କୁଲର ପ୍ରିନ୍ସିପାଲ ଶ୍ରୀମତୀ ରୀନା ନନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସେଠାରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେତ୍ର ଦାନ କଣ ? ନେତ୍ର ଦାନ କେଉଁ ମାନେ କରିପାରିବେ ? କିଭଳି କରାଯାଏ ସେ ନେଇ ବିସ୍ତୃତ ଭାବରେ ବୁଝାଇଥିଲେ । ତାପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରେଲି ବାହାରିଥିଲା । ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସ୍କୁଲ ପ୍ରିନ୍ସିପାଲ ଶ୍ରୀମତୀ ନନ୍ଦ । ରାଲିରେ ଛାତ୍ରଛାତ୍ରୀ ଓ ମହିଳା ସଦସ୍ୟାମାନେ ନେତ୍ର ଦାନ ସମ୍ବନ୍ଧିତ ସ୍ଲୋଗାନ ଦେଇ ସ୍କୁଲ ନିକଟ ଅଞ୍ଚଳ ପରିକ୍ରମା କରିଥିଲେ । ଏହି ରାଲିକୁ ପରିଚାଳନା କରିବାରେ ସଭାପତି ନିଲମ୍ ଅଗ୍ରୱାଲ, ସଚିବ ଖୁସବୁ ଜୈନ, ନେତ୍ର ଦାନ ପ୍ରମୁଖ ପ୍ରୀତି ଅଗ୍ରୱାଲ, ସଦସ୍ୟା ରୁଚି ଜୈନ, ଲଳିତା ଜୈନ, ସଙ୍ଗୀତା ଅଗ୍ରୱାଲ, ସଙ୍ଗୀତା ଜୈନ ସହଯୋଗ କରିଥିଲେ ।

Leave A Reply

Your email address will not be published.