ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ସ୍ଥାନୀୟ ସୁଦପଡା ରେଲୱେ ଫାଟକ ନିକଟସ୍ଥ ରେଳ ଲାଇନରେ ଜଣେ ରେଳ କର୍ମଚାରୀ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ବଲାଙ୍ଗିର ଶାନ୍ତିପଡାରେ ରହୁଥିବା ରେଳ କର୍ମଚାରୀ ସାଧୁରାମ ଦୀପ । ତେବେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ସଂପର୍କରେ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ଜିଆର୍‌ପି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.