ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ ଅନୁଷ୍ଠାନରେ ସ୍ୱାଗତ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଂ, ଭାବନ୍ଧ ଠାରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସହ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରାଯାଇଛି । ଅନୁଷ୍ଠାନର ଓଡ଼ିଟୋରିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଇଂ.ଜାମିନୀ କାନ୍ତ ଦାଶ୍, ଅବସରପ୍ରାପ୍ତ ସୁପରିଟେଣ୍ଡ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନ ନିମନ୍ତେ ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ ଇନୋଭେସନ ପରି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ସଞ୍ଜୀବ କୁମାର ପୁରୋହିତ, ଭାଇସ ଚେୟାରମ୍ୟାନ ସଞ୍ଜୀବ କୁମାର ସାହୁ, ଶିକ୍ଷା ନିର୍ଦ୍ଦେଶକ ଡ଼. ତାରିଣୀ ଚରଣ ତ୍ରିପାଠୀ, ଅଧ୍ୟକ୍ଷ ଇଂ.ସୁନୀଲ କୁମାର ସାହୁ, ଜିଏଡି, ଓଆଇସି କେପ୍ଟେନ ପୀତାମ୍ବର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ବ୍ୟବହାର ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଶେଷରେ ଇଂ.ପ୍ରଭାମୟୀ ଆଚାର୍ଯ୍ୟ, ଇଂ. ଦେବଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଅନୁଷ୍ଠାନରେ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ପରିଷଦର ଏକ କର୍ମଶାଳା ଗୃହ ମୁଖ୍ୟ ଅତିଥିଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି ।

Leave A Reply

Your email address will not be published.

20 + 4 =

error: Content is protected !!