jsm

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ସଫେଇ ଅଭିଯାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଠାରେ ଭାରତୀୟ ଜନତା ପାର୍ଟି ସ୍ୱଚ୍ଛ ଭାରତ ମିଶନ ଜିଲ୍ଲା ସଂଯୋଜକ ସରୋଜ କୁମାର ସାମଲଙ୍କ ନେତୃତ୍ୱରେ ଆଜି ପାଇକମାଲ ସହର ବିଭିନ୍ନ ଗଲିକନ୍ଦି ସମେତ ଅବର୍ଜନା ଗଦା ହେଉଥିବାର ସ୍ଥାନ ମାନଙ୍କରେ ସଫେଇ କାମ ତ୍ୱରାନ୍ୱିତ କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି କୈଳାସ ଦିଶ୍ରୀ, ଆଇନଜୀବୀ ରାଜ କିଶୋର ସାହୁ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଯୁବନେତା ସୁଶାନ୍ତ ନାଗ, ଯୁବନେତା ଆଶୁତୋଷ ସାହୁ, ରୋଶନ ପାଣିଗ୍ରାହୀ, ଡଃ. ଲମ୍ବୋଦର ପଣ୍ତା, ସତ୍ୟ ନାରାୟଣ ବେହେରା, ରାଜେନ୍ଦ୍ର ସେଠ, ଦିବ୍ୟ ହଂସ, ଯୋଗେନ୍ଦ୍ର ଭୋଇ, ଶ୍ରୀମତୀ ସୁବାଷିନୀ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସଫେଇ କାମରେ ସାମିଲ ହୋଇ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମାଜକୁ ଦେଇଥିଲେ । ଏଥି ସହିତ ସରକାରୀ ସ୍ତରରେ ମଧ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁଙ୍କ ନେତୃତ୍ୱରେ ବିଭିନ୍ନ ମହିଲା ସଂଗଠନ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସିଆରପିଏଫ କମାଣ୍ଡରଙ୍କ ନେତୃତ୍ୱରେ ମଧ୍ୟ ପାଇକମାଲ ଛକରୁ ନୃସିଂହନାଥ ରାସ୍ତା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଏହି ମେଗା ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇ ଥିବାରୁ ସାଧାରଣରେ ମହଲରେ ପ୍ରଶଂସା କରାଯାଇଥିଲା ।

yuvodaya
Leave A Reply

Your email address will not be published.