
ବଲାଙ୍ଗିର, (କେପିଏନ୍ଏସ୍) : ମ୍ୟୁନିସିପାଲଟି ତରଫରୁ ସହରରେ ସ୍ୱଚ୍ଛତା ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ସକାଳେ ୱାର୍ଡ ନମ୍ବର ୫ ସ୍ଥିତ ହାତିଶାଲ ପଡ଼ାରେ ଏହି କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ଲିକା ସାହୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଲୋକଙ୍କୁ ସଫେଇ ଉପରେ ସଚେତନ କରିବା ସହିତ ଆବର୍ଜନା ପ୍ରୁଥକିକରଣ ସମ୍ପର୍କରେ ବୁଝାଇଥିଲେ । ଘରେ ଦୁଇଟି ଡଷ୍ଟବିନ ରଖି ଶୁଖିଲା ଆବର୍ଜନା ଅଲଗା କରି ରଖିବାକୁ କହିଥିଲେ । ଏହା ସହିତ ଆବର୍ଜନା ଗାଡ଼ିରେ ଆବର୍ଜନା ପକାଇବାକୁ କହିଥିଲେ । ସେହିଭଳି ବଲାଙ୍ଗିର ସହରରେ ପ୍ରତ୍ୟେକ ଡ୍ରେନକୁ ଜେସିବି ସାହାଯ୍ୟରେ ସଫା କରାଯିବ ବୋଲି କହିଥିଲେ । ଏହି ପରି ପ୍ରତ୍ୟେକ ଦିନ ବିଭିନ୍ନ ୱାର୍ଡ ମାନଙ୍କ ସଫେଇ କାର୍ଯ୍ୟକ୍ରମ ଚାଲିବ । ଯଦି କେହି ଆବର୍ଜନା ରାସ୍ତା ଉପରେ କି ଡ୍ରେନରେ ପକାଇବେ ତାହାହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ସହିତ ଫାଇନ ମଧ୍ୟ କଟାଯିବ ବୋଲି ପୌରାଧକ୍ଷ। କହିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମକୁ ୱାର୍ଡ ନମ୍ବର ୫ର କାଉନସିଲର ଲଲାଟେନ୍ଦୁ ପଟ୍ଟନାୟକ ନେତୃତ୍ୱ କରିଥିବା ବେଳେ ମ୍ୟୁନିସିପାଲଟିର ଅନ୍ୟାନ୍ୟ ଅଧିକାରୀ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।